ଓଏଫ୍‌ଡିସି ସବ୍‌ଡିଭିଜନାଲ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ

ଲଖନପୁର,୨୬ା୧୧(ଡି.ଏନ୍‌.ଏ.):ଓଡିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ଝାରସୁଗୁଡ଼ା ଜିଲା ବନ ଉନ୍ନୟନ ନିଗମ ସବ୍‌ ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ଗତ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏନେଇ ମୃତକଙ୍କ ଝିଅ ତନୁଜା ଝାରସୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୮୬୩/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ମାନସିକ ନିର୍ଯାତନା ସହି ନ ପାରି ବାସୁଦେବଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବି କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଉପରୋକ୍ତ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡି ନ ଥିଲେ। ଫଳରେ ୨ଦିନ ଧରି ବାସୁଦେବଙ୍କ ମୃତଦେହ ଜିଲା ମୁଖ୍ୟ ଚିକିସତ୍ାଳୟରେ ପଡି ରହିଥିଲା। ଖବରପାଇ ଝାରସୁଗୁଡ଼ା ଥାନା ଆଇଆଇସି ସାବିତ୍ରୀ ବଳ ଡାକ୍ତରଖାନାରେ ପହଁଞ୍ଚତ୍ ମୃତକଙ୍କ ପରିବାର ସଦସ୍ୟଙ୍କୁ ବୁଝାଶୁଝା କରିଥିଲେ। ଓଏଫ୍‌ଡିସି ସମ୍ବଲପୁର ଡିଭିଜନର ଜେନେରାଲ୍‌ ମ୍ୟାନେଜର ଗୋଦାବରୀଶ ପଣ୍ଡା ଏହି ଘଟଣାର ବିଭାଗୀୟ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ମୃତକଙ୍କ ପରିବାରକୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ମୃତଦେହ ବୁଧବାର ବ୍ୟବଚ୍ଛେଦ ପାଇଁ ଯାଇଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତଦେହକୁ ତାଙ୍କ ନିଜ ଘର କଟକ ଜିଲା ସାଲେପୁରକୁ ପଠାଯାଇଛି।
ଏଭଳି ଦୁଃଖଦ ଘଟଣା ପରେ ବାସୁଦେବଙ୍କ ସାନ ଝିଅ ଲକ୍ଷ୍ମୀପ୍ରିୟା ଭାଙ୍ଗିପଡିଛନ୍ତି। ସେ ମାନସିକ ଭାରସାମ୍ୟ ହରାଇ ଡାକ୍ତରଖାନାରେ ଆମତ୍ହତ୍ୟା ଉଦ୍ୟମ କରିଥିଲେ। ଚିକିତ୍ସା କରାଯିବା ପରେ ସେ ସୁସ୍ଥ ଅଛନ୍ତି। ସେ ଅଭିଯୋଗ କରିଛନ୍ତି, ଓଏଫ୍‌ଡିସିର ଜଣେ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କ ବାପାଙ୍କୁ ବର୍ଷେ ହେଲା ମାନସିକ ନିର୍ଯାତନା ଦେଇଆସୁଥିଲେ। ସେଥିପାଇଁ ବାପା ମାନସିକ ଚାପରେ ରହୁଥିଲେ। ଏଭଳି ସ୍ଥିତିରେ ପ୍ରତିଦିନ ଭଳି ସେ ମଙ୍ଗଳବାର ଅଫିସକୁ ଯାଇଥିଲେ। ସମ୍ପୃକ୍ତ ଅଧିକାରୀ ତାଙ୍କୁ ନିଜ ବାସଭବନକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ଗାଳିଗୁଲଜ କରିବା ସହ ଅତ୍ୟଧିକ ମାନସିକ ଯନ୍ତ୍ରଣା ଦେଇଥିଲେ। ଫଳରେ ସେ ଅଚେତ ହୋଇ ତଳେ ପଡିଯାଇଥିଲେ। ତା’ପରେ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ଜିଲା ମୁଖ୍ୟ ଚିକିସତ୍ାଳୟକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri