ବିବାହର ୬ ମାସ ପରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ସିମୁଳିଆ,୨୩ା୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ବାଡ଼ିଆସାହି ଅଞ୍ଚଳର ବିଷ୍ଣୁପ୍ରିୟା ଶିଅଳ(୨୨)ଙ୍କ ବିବାହର ୬ ମାସ ପରେ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ ନେଇ ବିଷ୍ଣୁପ୍ରିୟା ରଶି ଲଗାଇ ଆତ୍ମହତ୍ୟା କରିଥିବାର ପୋଲିସ ସୂଚନା ଦେଉଥିବା ବେଳେ ଅଧିକ ଯୌତୁକ ପାଇଁ ବିଷ୍ଣୁପ୍ରିୟାଙ୍କୁ ହତ୍ୟା କରାଯାଇଥିବାର ତାଙ୍କ ମା’ ରତ୍ନମଣି ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୬ ମାସ ପୂର୍ବରୁ ବାଡ଼ିଆସାହି ଅଞ୍ଚଳର ଦୀପକ କୁମାର ଶିଅଳ ପୁରୁଷୋତ୍ତମପୁର ଅଞ୍ଚଳର ବିଷ୍ଣୁପ୍ରିୟାଙ୍କୁ ବୈଦିକ ରୀତିରେ ବିବାହ କରୁିଥିଲେ। ତେବେ ପାରିବାରିକ ଅସ୍ବଚ୍ଛଳତାକୁ ନେଇ ବିବାହ ସମୟରେ ଅଧିକ ଯୌତୁକ ସାମଗ୍ରୀ ଦିଆଯାଇପାରି ନ ଥିବାରୁ ବିଷ୍ଣୁପ୍ରିୟାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ହୋଇଛି।