Categories: ଜାତୀୟ

ଭାଜପା ଏମ୍‌ପିଙ୍କ ସନ୍ଦେହ ଜନକ ମୃତ୍ୟୁ: ଘରେ ଫାଶୀରେ ଝୁଲୁଥିଲେ

ନୂଆଦିଲ୍ଲୀ,୧୭।୩: ହିମାଚଳପ୍ରଦେଶର ମଣ୍ଡି ଲୋକ ସଭା ଆସନର ଭାଜପା ଏମ୍‌ପି ରାମସ୍ବରୂପ ଶର୍ମାଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ବାସ ଭବନରେ ରାମସ୍ବରୂପଙ୍କ ମୃତଦେହକୁ ଘର ଭିତରେ ଫାଶୀରେ ଝୁଲୁଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଆର୍‌ଏମ୍‌ଏଲ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଫାଶୀ ଦେଇଥିବା ଘର ଭିତରୁ ବନ୍ଦ ଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସେ ସୁଇସାଇଡ୍‌ ନୋଟ୍‌ ଲେଖିଛନ୍ତି କି ନାହିଁ ସେ ନେଇ ସନ୍ଧାନ କରାଯାଉଛି। ପାରିପାର୍ଶ୍ୱିକ ସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ରାମସ୍ବରୂପଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Share