ଯାଞ୍ଚ ପ୍ରକ୍ରିୟାରେ ଅବହେଳା ସନ୍ଦେହ

ପୁରୀ ଅଫିସ,୧୫।୭: ଜାଲ୍‌ ପ୍ରମାଣପତ୍ର ଦେଇ ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟରେ ଆଡ୍‌ମିଶନ କରିଥିବା ୧୧ଜଣ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନକୁ ଉଚ୍ଚଶିକ୍ଷା ବିଭାଗ ଅବୈଧ ଘୋଷଣା କରିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସମ୍ପୃକ୍ତ ଛାତ୍ରୀଛାତ୍ରମାନେ ଜାଲ୍‌ ପ୍ରମାଣପତ୍ର ଦେଇ ଆଡ୍‌ମିଶନ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ସେହିଭଳି ଠିକ ଭାବେ କାହିଁକି ଯାଞ୍ଚ କରାଗଲା ନାହିଁ ତାହାକୁ ନେଇ ଛାତ୍ର କଂଗ୍ରେସ ପ୍ରଶ୍ନ ଉଠାଇଛି। ପୁରୀ ଜିଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର କହିଛନ୍ତି, ଜଣେ ଆବେଦନକାରୀ ପ୍ରମାଣପତ୍ର ଦାଖଲ କରିବା ବେଳେ ତାହାକୁ ଠିକ୍‌ ଭାବେ ଯାଞ୍ଚ କରିବା କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ । ଭିନ୍ନକ୍ଷମ ପ୍ରମାଣପତ୍ରର ବିଶ୍ୱସନୀୟତା ଜାଣିବା ପାଇଁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି କରାଯିବା କଥା। ଫଳରେ କେଉଁ ଆବେଦନକାରୀ ମିଛ ପ୍ରମାଣପତ୍ର ଦାଖଲ କଲେ ତାହା ତଦନ୍ତ ଦ୍ୱାରା ସହଜରେ ଜଣାପଡ଼ିଥାନ୍ତା। ମାତ୍ର କଲେଜ ସେଭଳି କରୁନାହିଁ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କୁ ମିଛ ପ୍ରମାଣପତ୍ର ଦାଖଲ ପାଇଁ ପରୋକ୍ଷରେ ପ୍ରୋତ୍ସାହିତ କରାଯାଉଛି। ତେବେ ଏସ୍‌ସିଏସ୍‌ କଲେଜରେ ଏଭଳି ପରମ୍ପରା ବହୁ ପୁରୁଣା। କେତେଜଣ ରାଜନୈତିକ ଦଲାଲ ପିଲାଙ୍କଠାରୁ ପ୍ରତିବର୍ଷ ଟଙ୍କା ନେଇ ଏଭଳି ଆଡ୍‌ମିଶନ କରାଉଛନ୍ତି। ଏଭଳି ବ୍ୟବସ୍ଥାର ମୂଳୋତ୍ପୋଟନ ପାଇଁ ମିଛ ପ୍ରମାଣପତ୍ର ଦାଖଲ କରିଥିବା ପିଲାଙ୍କୁ କଲେଜ ତରଫରୁ କାରଣ ଦର୍ଶାଅ ନୋଟିସ କରାଯିବା ଦରକାର। ଫଳରେ ଆବେଦନକାରୀଙ୍କ ପ୍ରଚ୍ଛଦପଟରେ ଥିବା ଦଲାଲମାନଙ୍କୁ ଧରିବା ସମ୍ଭବପର ହୋଇପାରିବ। ଅନ୍ୟପକ୍ଷରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ମିଶ୍ର ଏସମ୍ପର୍କରେ କହିଛନ୍ତି, ଭିନ୍ନକ୍ଷମ ପ୍ରମାଣପତ୍ର ଯାଞ୍ଚ ପାଇଁ କଲେଜ ତରଫରୁ ଆବେଦନ ଆସିବା ପରେ ଯାଞ୍ଚ କରିଥିଲୁ। ତେବେ ଯାଞ୍ଚରେ ଅତି ସହଜରେ ନକଲି ପ୍ରମାଣପତ୍ର ଚିହ୍ନଟ କରିହୋଇଥିଲା। ସବୁ ଭିନ୍ନକ୍ଷମଙ୍କର ଏକ ସ୍ବତନ୍ତ୍ର ୟୁଡିଆଇଡି ନମ୍ବର ରହିଛି। ନକଲି ପ୍ରମାଣପତ୍ରରେ ଥିବା ନମ୍ବର ସରକାରୀ ତଥ୍ୟ ସହ ମେଳ ନ ଖାଇଲେ ତାହା ନକଲି ବୋଲି ଧରାପଡ଼ିଥାଏ। ସଂପୃକ୍ତ ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ଆବେଦନକାରୀଙ୍କ ପ୍ରମାଣପତ୍ର ହସ୍ତଗତ ହୋଇଥିଲା ଓ ୧୧ ଜଣଙ୍କ ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିଥିଲା। ସେହିଭଳି ପ୍ରତିବର୍ଷ ଆଡ୍‌ମିଶନ ବେଳେ ପ୍ରମାଣପତ୍ର ଯାଞ୍ଚ ପାଇଁ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟକୁ ଦିଆଯାଏ ନାହିଁ। ଚଳିତ ବର୍ଷ ଯାଞ୍ଚ ପାଇଁ ଦେବା ବ୍ୟତିକ୍ରମ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଆଡ୍‌ମିଶନ ବେଳେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟକୁ ପ୍ରମାଣପତ୍ର ସମ୍ପର୍କିତ ତଥ୍ୟ ନ ଦେଇ ନିଜ ମନଇଚ୍ଛା କିପରି କାର୍ଯ୍ୟ କରାଗଲା। ସେହିଭଳି କଂଗ୍ରେସ ଯୁବନେତା ଆଲୋକ କୁମାର ଦାଶ କହିଛନ୍ତି, ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଲାଗି ପୁରୀ ଜିଲାପାଳଙ୍କୁ ଦାବିପତ୍ର ଦିଆଯିବ। ଏଭଳି ଅବ୍ୟବସ୍ଥାରେ ସୁଧାର ଆଣିବା ଲାଗି ପଦକ୍ଷେପ ନେବାକୁ ଦାବି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri