‘ପରୀକୁ ବଳି ଦିଆଯାଇଥିବା ସନ୍ଦେହ’

ନୟାଗଡ଼ ଅଫିସ,୪ା୧୨:ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଚାଲୁରହିଛି। ଏପରିସ୍ଥଳେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ତଦନ୍ତ ପାଇଁ ଗୁରୁବାର ଯଦୁପୁରରେ ପହଞ୍ଚତ୍ଥିଲେ। ସେ ପରୀର ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ, ଗଁାର କେତେଜଣ ଲୋକ ଓ ବାବୁଲା ନାୟକଙ୍କୁ ପୃଥକ୍‌ ଭାବେ ପଚରାଉଚୁରା କରି ଫେରିଛନ୍ତି। ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ ପରୀକୁ ବଳିଦିଆଯାଇଥିବା ସନ୍ଦେହ କରାଯାଉଛି ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ହତ୍ୟା ପୂର୍ବରୁ ପରୀ ଗାଇଥିବା ଗୀତ, ହସ୍ତାକ୍ଷର ଓ ଅଙ୍କକଷାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏ ନେଇ ପରୀର ମା’ କୁହନ୍ତି, ଜାନୁୟାରୀ ୨୬ ପୂର୍ବରୁ ଝିଅ ସ୍କୁଲରେ ଜାତୀୟ ସଙ୍ଗୀତ ଜନ-ଗଣ-ମନ ଅଧିନାୟକ ଗୀତ ଗାଇବା ପାଇଁ ଘରେ ପ୍ରସ୍ତୁତ ହେଉଥିଲା। ସେ ଏହାର ଭିଡିଓ ବି କରିଥିଲା। ଏବେ ଭିଡିଓକୁ ଦେଖିଲେ ପରୀ ମରିଥିବା ପରି ଲାଗୁନି। ସେ ଭଲ ପାଠ ପଢୁଥିଲା, ହେଲେ ବେଶି ଖେଳେ। ଏହି ଖେଳ ତା’ ପାଇଁ କାଳ ହେଲା ବୋଲି କହି କାନ୍ଦି ପକାଇଥିଲେ। ସେହିଭଳି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ନିର୍ଦ୍ଦୋଷ। ମୁଁ ଗଞ୍ଜେଇ, ବ୍ରାଉନସୁଗାର ବ୍ୟବସାୟ କରେନି କି ମନୁଷ୍ୟର ଅଙ୍ଗପ୍ରତ୍ୟଙ୍ଗ ବିକ୍ରିରେ ସାମିଲ ନାହିଁ। ପରୀ ହତ୍ୟାକାଣ୍ଡରେ ମୁଁ ସାମିଲ ନାହିଁ। ମନ୍ତ୍ରୀ କିଛି ଜାଣିନାହାନ୍ତି। ତାଙ୍କୁ ଅଯଥାରେ ବିବାଦକୁ ଟଣାଯାଉଛି। ଘଟଣାର ତଦନ୍ତ କରାଯାଇ ଦୋଷୀକୁ଼ ଉପଯୁକ୍ତ ଦଣ୍ଡ ଦିଆଯାଉ। ମୁଁ ସବୁ ପ୍ରକାର ତଦନ୍ତକୁ ସ୍ବାଗତ କରୁଛି। ମୋର ଯଦି ଭୁଲ୍‌ ଅଛି ମୋତେ ଗିରଫ କରାଯାଉ। ମୁଁ ଗଁାରେ ଅଛି। ଦୋଷୀ ସାବ୍ୟସ୍ତ ହେଲେ ମୁଁ ସରେଣ୍ଡର କରିବି। ଆୟୋଗ ଅଧ୍ୟକ୍ଷା ପ୍ରଧାନ କୁହନ୍ତି, ପରୀ ହତ୍ୟାକାଣ୍ଡ ଏକ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣା। ଆମେ ଏ ନେଇ ଏସ୍‌ଆଇଟି ସହ ଆଲୋଚନା କରିବୁ। ଏସ୍‌ଆଇଟିକୁ ମଧ୍ୟ ପକ୍ଷ କରିବୁ। ସେ ଆମକୁ ରିପୋର୍ଟ ଦେବେ। ଆମେ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବୁ। ପରୀକୁ ବଳି କିମ୍ବା ଅନ୍ୟ କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ସହର ନୁହେଁ, ଗଁାରେ ଘଟିଛି। ଏଣୁ ବାହାରେ ଶିଶୁଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ଏ ଦିଗରେ ଅଧିକ ସଚେନତା ଦରକାର। ଯଦି କିଛି ଶିଶୁ ନିଖୋଜ ଥିବେ ତେବେ ତଦନ୍ତର ଅଗ୍ରଗତି ପାଇଁ ସେମାନଙ୍କ ସମ୍ପର୍କରେ ପୋଲିସ ଓ ଜିଲା ପ୍ରଶାସନକୁ ପରାମର୍ଶ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri