Categories: ଜାତୀୟ

ମଣିପୁରରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୨୪ା୯ : ହିଂସାପ୍ରବଣ ମଣିପୁରରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗିରଫ କରିଛି। ସେ ମ୍ୟାନ୍‌ମାରର ବିଦ୍ରୋହୀ ଗୋଷ୍ଠୀ ସହ ସମ୍ପୃକ୍ତ ଏବଂ ମଣିପୁର ହିଂସାର ଫାଇଦା ଉଠାଇ ସେ ଭାରତ ବିରୋଧରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ ବୋଲି ଏନ୍‌ଆଇଏର ଜଣେ ଅଧିକାରୀ କହିଛନ୍ତି। ଗିରଫ ମୈରାଙ୍ଗଥେମ୍‌ ଆନନ୍ଦ ସିଂଙ୍କୁ ଜେରା ପାଇଁ ନୂଆଦିଲ୍ଲୀ ଅଣାଯାଇଛି। ପୋଲିସ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ଲୁଟ୍‌ କରିବା ପ୍ରକ୍ରିୟାରେ ଗିରଫ ୫ ଜଣଙ୍କ ମଧ୍ୟରେ ମୈରାଙ୍ଗଥେମ୍‌ ଅନ୍ୟତମ।

Share