ମାର୍କେଟ କମ୍ପ୍ଲେସରୁ ମିଳିଲା ଝୁଲନ୍ତା ମୃତଦେହ: ହତ୍ୟା ସନ୍ଦେହ

ଲୋଇସିଂହା,୨୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ବ୍ଲକ ଝରଣୀପାଲି ଗାଁ ମାର୍କେଟ କମ୍ପ୍ଲେସରୁ ସୋମବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକଳି ଗ୍ରାମର ପରେଶ ପଧାନ(୨୧) ବୋଲି ପୋଲିସ କହିଛି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ପଠାଇଛି । ଏ ନେଇ ଥାନାରେ (କେସ ନଂ.୨୩/୨୦ ରେ)ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଅଧିକ ତଦନ୍ତ ଚାଲିଥିବା ଆଇଆଇସି ଲଳିତା ଲାକ୍ରା କହିଛନ୍ତି ।
ସୂଚନାନୁଯାୟୀ, ଝରଣୀପାଲି ଗାଁର କେତେକ ବ୍ୟକ୍ତି ବରଗଡ଼ ଅଞ୍ଚଳରୁ ଏକ ଧାନ କଟା ମେଶିନ ଲିଜ୍‌ ସୂତ୍ରରେ ଆଣିଥିଲେ । ଏଥିରେ ପରେଶଙ୍କ ସମେତ ୪ ବ୍ୟକ୍ତି ଆସିଥିଲେ । ପରେଶ କ୍ୟାମ୍ପରେ ରହି ରୋଷେଇ କରୁଥିଲେ। ହେଲେ ସୋମବାର ସକାଳେ ଉକ୍ତ କ୍ୟାମ୍ପରେ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ପାରିପାଶର୍‌ବିକ ସ୍ଥିତି ଦେଖି ତାଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଘଟଣା ପରଠାରୁ ପରେଶଙ୍କ ସାଙ୍ଗମାନେ ଫେରାର ଥିବା ଜଣାପଡ଼ିଛି।