ମାଟିରେ ମିଶିଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର

ଜଗତ୍‌ସିଂହପୁର,୧୮ା୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଧନିପୁର ନିକଟ ବେହେରାମପୁରସ୍ଥିତ ଏକ ନିରୋଳା ସ୍ଥାନରେ ସନ୍ଦେହଜନକ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ନେଇ ରବିବାର ରାତିରେ ସୂଚନା ମିଳିଥିଲା। ଏହି ଆଧାରରେ ଜଗତ୍‌ସିଂହପୁର ପୋଲିସ ସେଠାରେ ଚଢ଼ାଉ କରିଥିଲା। ଏହି ସମୟରେ ଉକ୍ତ ବସ୍ତିରେ ରହୁଥିବା ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି। ଏଥିରେ ଅତିରିକ୍ତ ଏସ୍‌ପି ଓ ୨ ଜଣ କନଷ୍ଟେବଲ ଆହତ ହୋଇଛନ୍ତି। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆବଶ୍ୟକ ସଂଖ୍ୟକ ପୋଲିସ ଓ ଫୋର୍ସ ପହଞ୍ଚତ୍ ଉକ୍ତ ସ୍ଥାନକୁ ସିଲ୍‌ କରିବା ସହ ଗଣ୍ଡଗୋଳରେ ନେତୃତ୍ୱ ନେଇଥିବା ୨ ଜଣ ମହିଳାଙ୍କୁ ଗିରଫ କରିଛି। ଏଥିସହ ଅନ୍ୟ ୩ ଜଣଙ୍କୁ ଉଠାଇ ଆଣି ପଚରାଉଚୁରା କରୁଛି। ଅଭିଯୁକ୍ତମାନେ ହେଲେ ଘର ମାଲିକ ତଥା ଜଗତ୍‌ସିଂହପୁର ଥାନା ଧନିପୁର ଗ୍ରାମର ସିକନ୍ଦର ଆଲାମ ଓରଫ ସେଇକୋ, ଏହି ଗାଁର ଅବଦୁଲ ମୋତାଲିଫ ଖାନ ଓରଫ ଟିକି, ଅବଦୁଲ ଜବାର ଖାନଙ୍କ ଝିଅ ବଦୃନିଷା, କୃଷ୍ଣାନନ୍ଦପୁର ଥାନା ପାଇକକୂଳ ଗ୍ରାମର ପରୱିନ୍‌ ବିବି (୩୪) ଓ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ତ୍ୟେଣ୍ଡାକୁରା ଆଉଜଙ୍ଗ ଗ୍ରାମର ମିର୍ଜା ସାଜୁଦ୍ଦିନ ବେଗଙ୍କ ସ୍ତ୍ରୀ ସାୱନ ଆଜମି (୩୯)। ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ସହ ୫ ଖଣ୍ଡା ଓ ୭ଟି ଧାରୁଆ ଅସ୍ତ୍ର ଜବତ କରାଯାଇଛି। ତେବେ ୩୦ରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀ ଖସିଯିବାକୁ ସମର୍ଥ ହୋଇଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୃଥକ୍‌ ଦଳ ଗଠନ କରାଯାଇଛି।
ଅପରପକ୍ଷେ ସୋମବାର ଜିଲାପାଳ, ଏସ୍‌ପି, ଉପଜିଲାପାଳ, ଅତିରିକ୍ତ ଏସ୍‌ପି ଓ ଏସ୍‌ଡିପିଓ ଆଦିଙ୍କ ଉପସ୍ଥିତିରେ ସରକାରୀ ଜମିରେ ହୋଇଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ୧୦ଟି ଆଜବେଷ୍ଟସ ଗୃହକୁ ବୋଲଡୋଜର ଜରିଆରେ ଭାଙ୍ଗି ଦିଆଯାଇଛି। ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ଓ ମ୍ୟାନ୍‌ମାର ବାସିନ୍ଦାଙ୍କୁ ଚିହ୍ନଟ କରାଯାଉଛି। ଏନେଇ ଜଗତ୍‌ସିଂହପୁର ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଅପରେଶନ ଚାଲିଛି। ଭାରତ ସରକାର ଦେଶ ବାହାର ବିଶେଷକରି ବାଂଲାଦେଶ ଓ ମ୍ୟାନ୍‌ମାରରୁ ବେଆଇନ ଭାବେ ଆସି ଆମ ଦେଶରେ ରହୁଥିବା ଲୋକଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏହି ଅନୁଯାୟୀ ପ୍ରଥମେ ସେମାନଙ୍କୁ ଚିହ୍ନଟ ଓ ପରେ ଭୋଟର ତାଲିକାରୁ ନାଁ କଟାଯିବ। ଏହାପରେ ସେମାନଙ୍କୁ ନିଜ ଦେଶକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
ଖବରଦାତା ସମ୍ମିଳନୀରେ ଜିଲାପାଳ ଜେ. ସୋନାଲ ଯୋଗଦେଇ କହିଛନ୍ତି, ବହୁତ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଆସିଛନ୍ତି। ଏବେ ସେମାନଙ୍କ ମଧ୍ୟରୁ କେଉଁମାନେ ବେଆଇନ ଭାବେ ଆସିଛନ୍ତି ତାହା ଚିହ୍ନଟ କରିବାକୁ ପଡ଼ିବ, ଯଦି ବେଆଇନ ଭାବେ ଆସିଥିବେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବେହେରାମପୁର ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି କାଗଜପତ୍ର ଦେଖାଉଛନ୍ତି। ଏହା ଠିକ୍‌ କି ଭୁଲ୍‌ ତାହା ଜାଣିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ନିକଟକୁ ଚିଠି କରାଯିବ। ଯେହେତୁ ପଶ୍ଚିମବଙ୍ଗରେ ଏସ୍‌ଆଇଆର୍‌ ଚାଲିଛି, ଏହା ଜାଣିବା ଜରୁରୀ। ଏନେଇ ସେଠାକାର ସରକାରଙ୍କ ଉତ୍ତରକୁ ଅପେକ୍ଷା ରହିବ। ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏଥିସହ ଜିଲାରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ କ୍ରିୟାଶୀଳ କରାଯିବ। ଏହି ଅବସରରେ ଏସ୍‌ପି ଅଙ୍କିତ ବର୍ମା କହିଛନ୍ତି, ଅଭିଯୁକ୍ତମାନେ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ନ ପାରିଲେ କାର୍ଯ୍ୟାନୁଷ୍ଠାନ ହେବ। ମୁଖ୍ୟ ଅଭିଯୁକ୍ତ ତଥା ଘର ମାଲିକ ସିକନ୍ଦର ଫେରାର ଅଛନ୍ତି। ସେ ବେଆଇନ ଭାବେ ବାଂଲାଦେଶ ଓ ଅନ୍ୟ ଦେଶ, ରାଜ୍ୟର ଲୋକଙ୍କୁ ଆଣି ଉକ୍ତ ସ୍ଥାନରେ ରଖିବା ସହ ଅନେକ ବେଆଇନ କାମରେ ନିୟୋଜିତ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ତାଙ୍କୁ ଗିରଫ ପରେ ଅନେକ କିଛି ସ୍ପଷ୍ଟ ହୋଇଯିବ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ଆଜିଙ୍କ୍ୟ ମାଣେ ଉପସ୍ଥିତ ଥିଲେ ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri