ନିଖୋଜ ନାବାଳକଙ୍କୁ ବଳି ସନ୍ଦେହ

ମାଧପୁର (ମନୋଜ ପ୍ରଧାନ)/ବଇଣ୍ଡା (ପରିକ୍ଷିତ ସାହୁ), ୨୯ା୭: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ବାସୁଦେବପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ନିଖୋଜ ସପ୍ତମ ଶ୍ରେଣୀ ଛାତ୍ର ସଞ୍ଜୀବ ବିଶ୍ୱାଳ(୧୩)ଙ୍କ ଗଳିତ ମୃତଦେହ ଶୁକ୍ରବାର ବାରେଣୀ ଜଙ୍ଗଲରୁ ମିଳିବା ପରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଝୁଲନ୍ତା ଅବସ୍ଥାରେ ମୃତଦେହ ଥିବାବେଳେ ଶରୀରର କିଛି ଅଂଶ ଗଛ ତଳେ ପଡ଼ିଥିବାରୁ ନରବଳି ପାଇଁ କେହି ତାଙ୍କୁ ହତ୍ୟା କରିଥିବା ସାଧାରଣରେ ସନ୍ଦେହ କରାଯାଉଛି। ପୋଲିସ ନିଷ୍କ୍ରିୟତାରୁ ଏହି ଘଟଣା ଘଟିଥିବା ଅଭିଯୋଗ କରି ଅଞ୍ଚଳବାସୀ ବାରେଣୀ ଛକଠାରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିବା ସହ ପୋଲିସ ଗାଡ଼ି ଜାଳି ଦେଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ବୁଝାଶୁଝା ଜାରି ରଖିଛନ୍ତି।
ଘଟଣାରୁ ଜଣାପଡିଛି, ସୁବର୍ଣ୍ଣପୁର ଗ୍ରାମର ସଞ୍ଜୀବଙ୍କ ଦେହ କିଛି ବର୍ଷ ହେବ ଖରାପ ରହୁଥିଲା। ପଡ଼ୋଶୀ ଗଁା ଟୁସରଠାରେ ପୂଜା ପାଉଥିବା ମଙ୍ଗଳା କୋଠିରେ ମାନସିକ ରଖି ପୂଜା କଲେ ପୁଅ ଭଲ ହୋଇଯିବ ବୋଲି ଶୁଣିିବା ପରେ ଗତ ଜାନୁୟାରୀରେ ମା’ ବାସନ୍ତୀ ବିଶ୍ୱାଳ ଉକ୍ତ ମଙ୍ଗଳା କୋଠିକୁ ଯାଇ ଶରଣ ପଶିଥିଲେ। ପୁଅର ଦେହ ଭଲ ହୋଇଯିବ ବୋଲି କହି ସେଠାରେ ଥିବା ମହିଳା ପୂଜକ ୨ଟି ବୋଦା ଓ ୩୦ ହଜାର ଟଙ୍କା ବାସନ୍ତୀଙ୍କ ଠାରୁ ନେଇଥିଲେ। ହେଲେ ସଞ୍ଜୀବଙ୍କ ଦେହ ଭଲ ନ ହେବାରୁ ବାସନ୍ତୀ ଗତ ୨୨ ତାରିଖରେ ପୁଅକୁ ନେଇ ଟୁସର ଯାଇଥିଲେ। ପୂଜକଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁଅକୁ ମଙ୍ଗଳା କୋଠିରେ ରାତିରେ ଅଧିଆ ପକାଇ ସେ ଅନ୍ୟ କୋଠରିରେ ଶୋଇଥିଲେ। ହେଲେ ସକାଳୁ ପୁଅକୁ ମଙ୍ଗଳା କୋଠିରେ ନ ପାଇ ବାସନ୍ତୀ ବିଚଳିତ ହୋଇପଡ଼ିଥିଲେ। ଏ ନେଇ ପୂଜା କରୁଥିବା ମହିଳାଙ୍କୁ ପଚାରିଥିଲେ ହେଁ କୌଣସି ଉତ୍ତର ପାଇ ନ ଥିଲେ। ପୁଅ ନିଖୋଜ ଥିବା ନେଇ ସେ ୨୩ ତାରିଖରେ କିଆକଟା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନମ୍ବର ୬୮/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂଜକଙ୍କୁ ଡାକି ପଚରାଉଚରା କରିଥିଲେ ମଧ୍ୟ ନିଖୋଜ ସଞ୍ଜୀବଙ୍କ ପତ୍ତା ପାଇ ନ ଥିଲା। ତଦନ୍ତରେ ଅବହେଳା ପ୍ରତିବାଦ କରି ଗୁରୁବାର ରାତିରେ ସୁବର୍ଣ୍ଣପୁର ଗ୍ରାମର ମହିଳା ପୁରୁଷ ଥାନା ଘେରାଉ କରିଥିଲେ। ତେବେ ଶୁକ୍ରବାର କେତେଜଣ ଗାଈ ଚରାଳି ଜଙ୍ଗଲକୁ ଛତୁ ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ଏକ ଗଛରେ ମୃତଦେହ ଝୁଲୁଥିବା ଦେଖିବା ପରେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚିଥିଲେ। ଗୋଡ଼ ଓ ହାତ କଟାଯାଇଥିବାରୁ ନାବାଳକଙ୍କୁ ବଳି ଦିଆଯାଇ ଆତ୍ମହତ୍ୟାର ରୂପ ଦେବାକୁ ଗଛରେ ଟାଙ୍ଗି ଦିଆଯାଇଥିବା ଅଞ୍ଚଳବାସୀ ସନ୍ଦେହ କରିଥିଲେ। ଘଟଣା ପାଇଁ ସେମାନେ ପୋଲିସ ଅବହେଳାକୁ ଦାୟୀ କରି ସଞ୍ଜୀବଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ଗିରଫ ଦାବିରେ ବାରେଣୀଛକ ଠାରେ ରାସ୍ତାରୋକୋ କରିଥିଲେ। କିଆକଟା ପୋଲିସ ସେଠାରେ ପହଞ୍ଚିବା ପରେ ଲୋକେ ଅଧିକ ତାତିଯାଇଥିଲେ। ପୋଲିସ ଗାଡ଼ିରେ ନିଅଁା ଲଗାଇ ଦେଇଥିଲେ। ଖବରପାଇ ଅନୁଗୋଳ ଅତିରିକ୍ତ ଏସ୍‌ପି ସୁରେନ୍ଦ୍ର ରାୟଗୁରୁ, ଆଠମଲ୍ଲିକ ଏସ୍‌ଡିପିଓ ବାଳକୃଷ୍ଣ କଅଁର, ଆଠମଲ୍ଲିକ ଉପଜିଲାପାଳ ତରଣି ସୁନା, ଆଠମଲ୍ଲିକ ତହସିଲଦାର ଯଶୋବନ୍ତ ଦେହୁରୀ, କିଶୋରନଗର ତହସିଲଦାର ଶାନ୍ତି ସ୍ବରୂପ ମିଶ୍ର, ଠାକୁରଗଡ଼ ଆଇଆଇସି ପ୍ରିୟବତ ଦାସ, ହଣ୍ଡପା ଆଇଆଇସି ନମିତା ନାୟକଙ୍କ ସହ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତଦେହ ଜବତ କରିଥିଲେ।
ଏ ସମ୍ପର୍କରେ ଅନୁଗୋଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ନିଖୋଜ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଥିଲା। ମହିଳା ପୂଜକଙ୍କୁ ଡାକି ପଚରାଉଚରା କରୁଥିଲା। ତେବେ ମୃତଦେହ ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ଅନୁଗୋଳରୁ ଏକ ପୋଲିସ ଟିମ୍‌ ସେଠାକୁ ପଠାଯାଇ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯାଉଛି। ମହିଳା ପୂଜକଙ୍କ ସମେତ ୩ ଜଣଙ୍କୁ ଅଟକ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri