ବ୍ରେକ୍‌ଅପ ପରେ ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ କହିଲେ ଏମିତି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ୍‌ ଆଜିକାଲି ବୟଫ୍ରେଣ୍ଡ ରେହମନ ଶଲଙ୍କ ଠାରୁ ବ୍ରେକ୍‌ଅପକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବେ ସୁସ୍ମିତା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ବ୍ରେକ୍‌ଅପ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ, ଏବେ ତାଙ୍କ ମଧ୍ୟରେ ବନ୍ଧୁତା ରହିଛି। ସବୁବେଳେ ଏହି ବନ୍ଧୁତା ରହିବ। ଏହା ପରେ ସୁସ୍ମିତା ନିଜର ପୋଷ୍ଟ, ସାକ୍ଷାତକାର ଏବଂ ଲାଇଭ୍‌ ସେଶନକୁ ନେଇ ପ୍ରତିଦିନ କିଛି ନା କିଛି କହୁଛନ୍ତି। କିନ୍ତୁ ଏବେ ବ୍ରେକ୍‌ଅପ ପରେ ପ୍ରଥମଥର ପାଇଁ ରେହମନ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି।

 

ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ରେହମନ ଲେଖିଛନ୍ତି, ମୋତେ କିଛି ବି ପଚାରନ୍ତୁ। ଏହା ପରେ ପ୍ରଶଂସକମାନେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିଚାଲିଛନ୍ତି। ଜଣେ ୟୁଜର କହିଛନ୍ତି, ଏହି କରୋନା ସମୟରେ ଆପଣଙ୍କ ଭାବପ୍ରବଣ କେମିତି ଥିଲା। ଉତ୍ତରରେ ରେହମନ କହିଛନ୍ତି, ମୃତ୍ୟୁ ଜୀବନର ଏକ ନିଶ୍ଚିତ ସତ୍ୟ। ଏହାକୁ ନେଇ ମୁଁ କେବେ କିଛି ଭାବେ ନାହିଁ। ମୁଁ ବେଶ୍‌ ଆରାମ କରେ। ମୁଁ କେବଳ ମାନସିକ ସ୍ତରରେ ମଜଭୁତ ହେଉଛି।

Share