ଏହି ପ୍ରଶ୍ନର ଉତ୍ତର ଦେଇ ମିସ୍‌ ୟୁନିଭର୍ସ ହୋଇଥିଲେ ସୁସ୍ମିତା

ମୁମ୍ବାଇ: ଆଜି ହେଉଛି ଭାରତର ପ୍ରଥମ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଜନ୍ମଦିନ। ଆଜି ସେ ତାଙ୍କର ୪୬ତମ ଜନ୍ମଦିବସ ପାଳୁଛନ୍ତି। ୧୯୭୫ ମସିହା ନଭେମ୍ବର ୧୯ରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ସୁସ୍ମିତା। ମାତ୍ର ୧୮ ବର୍ଷ ବୟସରେ ସେ ମଡେଲ ଜଗତରେ ପାଦ ଥାପିଥିଲେ। ୧୯୯୪ ମସିହାରେ ସୁସ୍ମିତା ସେନ୍‌ ଏବଂ ଐଶ୍ୱର୍ଯ୍ୟା ରାୟ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ଇତିହାସ ରଚିଥିଲେ ସୁସ୍ମିତା।

ମିସ୍‌ ଇଣ୍ଡିଆର ଶେଷ ରାଉଣ୍ଡରେ ସୁସ୍ମିତା ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଟାଇ ହୋଇଥିଲା। ସମସ୍ତଙ୍କ ହୃଦ୍‌ସ୍ପନ୍ଦନ ସେତେବେଳେ ବଢ଼ିଯାଇଥିଲା। କାହା ମୁଣ୍ଡରେ ମିସ୍‌ ଇଣ୍ଡିଆର ମୁକୁଟ ଶୋଭା ପାଇବ। ଜଜ୍‌ ଉଭୟଙ୍କୁ ୯.୩୩ମାର୍କ ଦେଇଥିଲେ। ଏହା ପରେ ନିଷ୍ପତ୍ତି ନିଆଗଲା ଯେ, ଉଭୟଙ୍କୁ ଗୋଟିଏ ପ୍ରଶ୍ନ ପଚରାଯିବ, ଯାହାର ଉତ୍ତର ଭଲ ହେବ; ସେ ମିସ୍‌ ଇଣ୍ଡିଆର ଟାଇଟଲ ଜିତିବେ।

ସୁସ୍ମିତାଙ୍କୁ ପଚରାଯାଇଥିଲା ‘ତୁମର ଦେଶର ଐତିହ୍ୟ ବିଷୟରେ ତୁମେ କ’ଣ ଜାଣିଛ? ଏହା କେବେ ଆରମ୍ଭ ହେଲା? ତୁମେ କ’ଣ ପିନ୍ଧିବାକୁ ପସନ୍ଦ କରୁଛ? ଏହି ପ୍ରଶ୍ନର ଉତ୍ତର ଦେଇ ସୁସ୍ମିତା ଐଶ୍ୱର୍ଯ୍ୟାଙ୍କୁ ଟପି ଯାଇଥିଲେ। ସେ କହିଥିଲେ, ମୁଁ ଭାବୁଛି ଏହା ମହାତ୍ମା ଗାନ୍ଧୀଙ୍କ ସମୟରୁ ଆରମ୍ଭ ହୋଇଛି। ବର୍ତ୍ତମାନ ଏହା ଏକ ଦୀର୍ଘ ସମୟ ହୋଇସାରିଛି। ମୁଁ ଭାରତୀୟ ଏବଂ ପାରମ୍ପରିକ ପୋଷାକ ପିନ୍ଧିବାକୁ ଭଲ ପାଏ। ମୁଁ ମୋର ଆଲମାରିରେ ଭାରତୀୟ ପୋଷାକ ରଖିବାକୁ ଚାହେଁ।

Share