ପୂର୍ବତନ ପ୍ରେମିକଙ୍କ ସହ ପ୍ୟାଚ୍‌ଅପ୍‌ କରିନେଲେ କି ସୁସ୍ମିତା? ଦୀପାବଳି ପାର୍ଟିରେ ହାତ ଧରି ଏଣ୍ଟ୍ରି କରିବା ପରେ ଚର୍ଚ୍ଚା ବଢ଼ିଲା…

ବମ୍ବେ: ଅଭିନୟକୁ ନେଇ କମ୍‌ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ। କେତେବେଳେ ୧୮ ବର୍ଷ ସାନ ପ୍ରେମିକ ତ କେତେବେଳେ ଲଳିତ ମୋଦିଙ୍କ ସହ ସମ୍ପର୍କକୁ ନେଇ ଖବର ଶିରୋନାମାରେ ରହିଆସିଛନ୍ତି ସେ। ଲଳିତଙ୍କ ସହ ସମ୍ପର୍କକୁ ସେ ସ୍ବୀକାର କରି ନ ଥିଲେ ହେଁ ପ୍ରେମିକ ରୋହମନ ଶଲଙ୍କଠାରୁ ହଠାତ ଅଲଗା ହୋଇ ସମସ୍ତଙ୍କୁ ଚମକାଇଥିଲେ। ଏହାକୁ ଅନେକ ଦିନ ବିତିଥିବା ବେଳେ ସବୁକିଛି ଠିକ୍‌ ହୋଇଯିବା ଭଳି ମନେ ହେଉଛି। କାରଣ ଫିଲ୍ମ ନିର୍ମାତା ବିଶାଲ ଗୁରନାନୀଙ୍କ ଦୀପାବଳି ପାର୍ଟୀରେ ସୁସ୍ମିତା ରୋହମନଙ୍କ ହାତ ଧରି ଏଣ୍ଟ୍ରି ମାରିବା ସହ ଗଣମାଧ୍ୟମ ସମ୍ମୁଖରେ ପୋଜ୍‌ ଦେବାକୁ ପଛାଇ ନାହାନ୍ତି। ଏହାର ଅନେକ ଭିଡିଓ ଏବେ ଭାଇରାଲ ହେଉଛି।

କହିରଖୁଛୁ, ସୁସ୍ମିତା ଗତ ବର୍ଷ ପ୍ରେମିକ ରୋହମନଙ୍କ ସହ ବ୍ରେକ୍‌ଅପ୍‌ କରିଥିଲେ। ଏହାପରେ ବ୍ୟବସାୟୀ ଲଳିତଙ୍କ ସହ ତାଙ୍କ ସମ୍ପର୍କ ଚର୍ଚ୍ଚାରେ ରହିଥିଲା। ହେଲେ ମଙ୍ଗଳବାର ରାତିରେ ହୋଇଥିବା ପାର୍ଟିରେ ରୋହମନଙ୍କ ସହ ତାଙ୍କୁ ପୁଣି ଦେଖିବା ପରେ ପ୍ରଶଂସକମାନେ ଉଭୟ ପ୍ୟାଚ୍‌ଅପ୍‌ କରିଥିବା ଅନୁମାନ କରୁଛନ୍ତି।

Share