ସୁସ୍ମିତା ସେନ୍‌ଙ୍କୁ ହାର୍ଟ ଆଟାକ୍‌

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କୁ ପ୍ରଥମ ହାର୍ଟଆଟାକ୍‌ ଆସିଥିବା ଜଣାପଡ଼ିଛି। ଦୁଇଦିନ ପୂର୍ବରୁ ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା। ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ କହିଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟ ବହୁତ ବିଗିଡ଼ି ଯାଇଥିଲା। ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ଏବେ ତାଙ୍କ ଅବସ୍ଥା ଠିକ୍‌ ଅଛି।

ସୁସ୍ମିତା ତାଙ୍କ ପିତାଙ୍କ ଶବ୍ଦ ସହ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ତୁମ ହୃଦୟକୁ ଠିକ୍‌ ରଖ, ଖୁସି ରଖ। ଖରାପ ସମୟରେ ତୁମ ସହିିତ ମୁଁ ସବୁବେଳେ ଅଛି। ଏହି କଥା ତାଙ୍କ ପିତା ତାଙ୍କୁ କହିଥିଲେ ବୋଲି ସୁସ୍ମିତା ପୋଷ୍ଟରେ ଲେଖିଛନ୍ତି।

Share