ଓ୍ବେବ୍‌ ସିରିଜ୍‌ରେ ଜଲଓ୍ବା ଦେଖାଇବେ ସୁସ୍ମିତା, ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍‌

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ ୱେବ୍‌ ସିରିଜ୍‌ ‘ଥାଲି’ରେ ନଜର ଆସିବେ। ଅଭିନେତ୍ରୀ ସମାଜସେବୀ କିନ୍ନର ଗୌରୀ ସାୱନ୍ତଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି। ଗୁରୁବାର ଏହି ୱେବ୍‌ ସିରିଜ୍‌ର ସୁସ୍ମିତାଙ୍କର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଅଭିନେତ୍ରୀ ନିଜର ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ମରାଠୀ ଚଳଚ୍ଚିତ୍ର ନିର୍ମାତା ରବି ଯାଦବ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି। ଅଭିନେତ୍ରୀ ପ୍ରଥମ ଲୁକ୍‌ ସେୟାର କରି ଲେଖିଛନ୍ତି, ମୋତେ କୌଣସି ଗର୍ବ ଅନୁଭବ ହେଉ ନାହିଁ ଏବଂ ମୁଁ ବହୁତ କୃତଜ୍ଞ ଯେ ମୁଁ ଗୌରୀ ସାୱନ୍ତଙ୍କ ଏହି ସୁନ୍ଦର ଚରିତ୍ର ପାଇଛି । ତାଙ୍କ କାହାଣୀକୁ ବିଶ୍ବକୁ ଆଣିବା ପାଇଁ ସମସ୍ତଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି।

Share