୪୯ ବର୍ଷ ବୟସରେ ବାହା ହେବାକୁ ମନ ବଳାଇଛନ୍ତି ସୁସ୍ମିତା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଅଭିନେତ୍ରୀ ଜଣକ କମ ବୟସରେ ଇତିହାସ ସୃଷ୍ଟି କରିଥିଲେ ଏବଂ ୧୯୯୪ ମସିହାରେ ମିସ ୟୁନିଭର୍ସ ଟାଇଟଲ ଜିତି ନିଜକୁ ଏବଂ ଦେଶକୁ ଗୌରବାନ୍ବିତ କରିଥିଲେ। ଏହି ଅଭିନେତ୍ରୀ ପ୍ରଥମ ଭାରତୀୟ ମହିଳା ଭାବରେ ମିସ ୟୁନିଭର୍ସ ଟାଇଟଲ ଜିତିଥିଲେ। କିନ୍ତୁ ଏତେ ସୁନ୍ଦର ହେବା ସତ୍ତ୍ୱେ, ଅଭିନେତ୍ରୀ ଜଣଙ୍କ ଏବେ ବି କୁମାରୀ। ସୁସ୍ମିତା ରିଲେସନଶିପରେ ଅଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଏବେ ନିକଟରେ, ସେ ବିବାହକୁ ନେଇ ଏକ ବୟାନ ଦେଇଛନ୍ତି।
ନିକଟରେ ସୁସ୍ମିତା ସେନ ତାଙ୍କ ଇନଷ୍ଟାଗ୍ରାମରେ ଲାଇଭ ଆସିଥିଲେ। ଏହି ସମୟରେ, ସେ ତାଙ୍କ ପ୍ରଶଂସକମାନଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ବିବାହ ଯୋଜନା ବିଷୟରେ ମଧ୍ୟ କହିଥିଲେ। ଯେତେବେଳେ ଅଭିନେତ୍ରୀଙ୍କ ଜଣେ ପ୍ରଶଂସକ ତାଙ୍କୁ କହିଲେ ଯେ ସେ ବିବାହ କରିବାକୁ ଚାହୁଁଛନ୍ତି କି। ସେ କହିଥିଲେ, ବିବାହ ପାଇଁ ଜଣେ ଉପଯୁକ୍ତ ପାତ୍ର ଆବଶ୍ୟକ ହୋଇଥାଏ। ତା’ହେଲେ ଯାଇ ସିନା ବିବାହ ହେବ। ଏମିତି ସେମିତି କ’ଣ ବିବାହ ହୋଇଥାଏ। ବହୁତ ରୋମାଣ୍ଟିକ ଢଙ୍ଗରେ ହୃଦୟର ସମ୍ପର୍କ ହୋଇଥାଏ, ବାର୍ତ୍ତା ହୃଦୟ ପର୍ଯ୍ୟନ୍ତ ପହଞ୍ଚିବା ଉଚିତ, ତା’ପରେ ଆମେ ବିବାହ କରିବୁ। ବିବାହ କରିବାକୁ ନେଇ ଅଭିନେତ୍ରୀଙ୍କ ବୟାନ ପରେ, ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ ସୁନ୍ଦରୀ ତାଙ୍କ ଜୀବନସାଥୀଙ୍କୁ ଅପେକ୍ଷା କରିଛନ୍ତି।
ସୂଚନାଯୋଗ୍ୟ, ସୁସ୍ମିତା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀଙ୍କ ନାମ ଅନେକ ସେଲିବ୍ରିଟିଙ୍କ ସହ ଯୋଡା ଯାଇଛି। ସେ ବହୁତ ଦିନ ଧରି ମଡେଲ ରୋହମନ ଶାଲଙ୍କୁ ଡେଟ କରିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଖୋଲା ସମ୍ପର୍କ ଥିଲା, କିନ୍ତୁ ପରେ ସେମାନେ ଅଲଗା ହୋଇଗଲେ। ତଥାପି, ଦୁହେଁ ଏବେ ବି ଭଲ ବନ୍ଧୁ। ତାଙ୍କ ନାମ ଲଳିତ ମୋଦିଙ୍କ ସହ ଯୋଡା ଯାଇଥିଲା ଏବଂ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା। କିନ୍ତୁ ଅଭିନେତ୍ରୀଙ୍କ ଦ୍ୱାରା ଏ ବିଷୟରେ କେବେ କିଛି କୁହାଯାଇ ନଥିଲା। ଅଭିନେତ୍ରୀଶେଷ ଥର ପାଇଁ ୱେବ ସିରିଜ ‘ଆର୍ଯ୍ୟ’ ଏବଂ ଫିଲ୍ମ ‘ତାଲି’ରେ ନଜର ଆସିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri