୪୯ ବର୍ଷ ବୟସରେ ବାହା ହେବାକୁ ମନ ବଳାଇଛନ୍ତି ସୁସ୍ମିତା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଅଭିନେତ୍ରୀ ଜଣକ କମ ବୟସରେ ଇତିହାସ ସୃଷ୍ଟି କରିଥିଲେ ଏବଂ ୧୯୯୪ ମସିହାରେ ମିସ ୟୁନିଭର୍ସ ଟାଇଟଲ ଜିତି ନିଜକୁ ଏବଂ ଦେଶକୁ ଗୌରବାନ୍ବିତ କରିଥିଲେ। ଏହି ଅଭିନେତ୍ରୀ ପ୍ରଥମ ଭାରତୀୟ ମହିଳା ଭାବରେ ମିସ ୟୁନିଭର୍ସ ଟାଇଟଲ ଜିତିଥିଲେ। କିନ୍ତୁ ଏତେ ସୁନ୍ଦର ହେବା ସତ୍ତ୍ୱେ, ଅଭିନେତ୍ରୀ ଜଣଙ୍କ ଏବେ ବି କୁମାରୀ। ସୁସ୍ମିତା ରିଲେସନଶିପରେ ଅଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଏବେ ନିକଟରେ, ସେ ବିବାହକୁ ନେଇ ଏକ ବୟାନ ଦେଇଛନ୍ତି।
ନିକଟରେ ସୁସ୍ମିତା ସେନ ତାଙ୍କ ଇନଷ୍ଟାଗ୍ରାମରେ ଲାଇଭ ଆସିଥିଲେ। ଏହି ସମୟରେ, ସେ ତାଙ୍କ ପ୍ରଶଂସକମାନଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ବିବାହ ଯୋଜନା ବିଷୟରେ ମଧ୍ୟ କହିଥିଲେ। ଯେତେବେଳେ ଅଭିନେତ୍ରୀଙ୍କ ଜଣେ ପ୍ରଶଂସକ ତାଙ୍କୁ କହିଲେ ଯେ ସେ ବିବାହ କରିବାକୁ ଚାହୁଁଛନ୍ତି କି। ସେ କହିଥିଲେ, ବିବାହ ପାଇଁ ଜଣେ ଉପଯୁକ୍ତ ପାତ୍ର ଆବଶ୍ୟକ ହୋଇଥାଏ। ତା’ହେଲେ ଯାଇ ସିନା ବିବାହ ହେବ। ଏମିତି ସେମିତି କ’ଣ ବିବାହ ହୋଇଥାଏ। ବହୁତ ରୋମାଣ୍ଟିକ ଢଙ୍ଗରେ ହୃଦୟର ସମ୍ପର୍କ ହୋଇଥାଏ, ବାର୍ତ୍ତା ହୃଦୟ ପର୍ଯ୍ୟନ୍ତ ପହଞ୍ଚିବା ଉଚିତ, ତା’ପରେ ଆମେ ବିବାହ କରିବୁ। ବିବାହ କରିବାକୁ ନେଇ ଅଭିନେତ୍ରୀଙ୍କ ବୟାନ ପରେ, ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ ସୁନ୍ଦରୀ ତାଙ୍କ ଜୀବନସାଥୀଙ୍କୁ ଅପେକ୍ଷା କରିଛନ୍ତି।
ସୂଚନାଯୋଗ୍ୟ, ସୁସ୍ମିତା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀଙ୍କ ନାମ ଅନେକ ସେଲିବ୍ରିଟିଙ୍କ ସହ ଯୋଡା ଯାଇଛି। ସେ ବହୁତ ଦିନ ଧରି ମଡେଲ ରୋହମନ ଶାଲଙ୍କୁ ଡେଟ କରିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଖୋଲା ସମ୍ପର୍କ ଥିଲା, କିନ୍ତୁ ପରେ ସେମାନେ ଅଲଗା ହୋଇଗଲେ। ତଥାପି, ଦୁହେଁ ଏବେ ବି ଭଲ ବନ୍ଧୁ। ତାଙ୍କ ନାମ ଲଳିତ ମୋଦିଙ୍କ ସହ ଯୋଡା ଯାଇଥିଲା ଏବଂ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା। କିନ୍ତୁ ଅଭିନେତ୍ରୀଙ୍କ ଦ୍ୱାରା ଏ ବିଷୟରେ କେବେ କିଛି କୁହାଯାଇ ନଥିଲା। ଅଭିନେତ୍ରୀଶେଷ ଥର ପାଇଁ ୱେବ ସିରିଜ ‘ଆର୍ଯ୍ୟ’ ଏବଂ ଫିଲ୍ମ ‘ତାଲି’ରେ ନଜର ଆସିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri