ନା ବିବାହ, ନା ନିର୍ବନ୍ଧ; କୋଡିଏ ଘଣ୍ଟା ପରେ ମୁହଁ ଖୋଲି ସୁସ୍ମିତା କହିଲେ…

ବମ୍ବେ: ଲଳିତ ମୋଦିଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଡିଭା ସୁସ୍ମିତା ସେନ। କିଛି ମାସ ତଳେ ନିଜଠାରୁ ସାନ ବୟସର ମଡେଲଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ଏବେ ସେ ପୁଣି ପ୍ରେମରେ ପଡ଼ିଛନ୍ତି। ପ୍ରଥମେ ଲଳିତ ଉଭୟଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇବା ପରେ ଅନେକ ଚକିତ ହୋଇଯାଇଥିଲେ। ଏବେ ଏହାର କୋଡିଏ ଘଣ୍ଟା ପରେ ସୁସ୍ମିତା ନିଜେ ପୋଷ୍ଟ କରି ପ୍ରଶଂସକଙ୍କୁ କହିଛନ୍ତି ମନ କଥା।

ଇନ୍‌ଷ୍ଟାଗ୍ରାମରେ ନିଜ ଦୁଇ ପାଳିତା ଝିଅ ରେନେ ଏବଂ ଅଲିଶାଙ୍କ ସହ ଫଟୋ ଶେୟାର କରି ଅଭିନେତ୍ରୀ କହିଛନ୍ତି, ମୁଁ ବହୁତ ଖୁସି ଅଛି। ମୋର ବିବାହ ହୋଇନାହିଁ। କୌଣସି ମୁଦି ବି ମୁଁ ପିନ୍ଧି ନାହିଁ। କେବଳ ଭଲପାଇବା ଅଛି। ଏହି ପୋଷ୍ଟ ଏବେ ବହୁତ ଭାଇରାଲ ହେଉଛି।

ତେବେ ଲଳିତଙ୍କ ପୋଷ୍ଟ ପରେ ଅନେକେ ଉଭୟ ବିବାହ କରିନେଇଥିବା ଅନୁମାନ କରିଥିଲେ। ହେଲେ କିଛି ସମୟ ପରେ ପୁନର୍ବାର ଲଳିତ ପୋଷ୍ଟ କରି କେବଳ ଡେଟ୍‌ କରୁଥିବା କହିଥିଲେ। ମାତ୍ର ସେ ଆଗାମୀ ଦିନରେ ଏଭଳି ଯୋଜନା କରିଥିବା ସ୍ପଷ୍ଟ କରିଥିଲେ।

Share