ଝିଅ କହି ନ ଥିଲେ, ଗଣମାଧ୍ୟମରୁ ଜାଣିଲି: ସୁସ୍ମିତାଙ୍କ ବାପା

ବମ୍ବେ: ବ୍ୟବସାୟୀ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ସୁସ୍ମିତା ସେନ। ଏନେଇ ଜଣାପଡ଼ିବା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏହି ଖୁଲାସା ଅନେକ ଲୋକଙ୍କୁ ଚକିତ କରିଛି, ଯେଉଁଥିରେ ସୁସ୍ମିତାଙ୍କ ବାପା ଏବଂ ଭାଇ ମଧ୍ୟ ଅଛନ୍ତି।

ସୁସ୍ମିତାଙ୍କ ନୂଆ ପ୍ରେମସମ୍ପର୍କ ବିଷୟରେ ଜାଣି ନ ଥିଲେ ବାପା ସୁବୀର ସେନ। ହେଲେ ମିଡିଆରେ ଖବର ପ୍ରଚାର ହେବା ପରେ ସେ ତାହା ଜାଣିବାକୁ ପାଇଥିଲେ। ଏକ ସାକ୍ଷାତକରରେ ସେ କହିଛନ୍ତି, ‘ଏ ବିଷୟରେ ମୋର କୌଣସି ଧାରଣା କିମ୍ବା କି ମୋ ପାଖରେ ପୂର୍ବରୁ କୌଣସି ସୂଚନା ନାହିଁ। ମୁଁ କେବଳ ଶୁକ୍ରବାର ସକାଳେ ଝିଅ ସହିତ କଥାବାର୍ତ୍ତା ହୋଇଥିଲି। କିନ୍ତୁ ସେ ମୋତେ ଏ ବିଷୟରେ କିଛି କହି ନାହିଁ। ମୁଁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଠାରୁ ଲଳିତ ମୋଦିଙ୍କ ସହ ସେ ଡେଟ କରୁଥିବା ଖବର ଜାଣିବାକୁ ପାଇଲି। ସମ୍ପର୍କରେ ରହିବା ତାଙ୍କ ଝିଅର ଜୀବନରେ ଏକ ବଡ଼ ଡେଭଲପ୍‌ମେଣ୍ଟ। ଯଦି ଏପରି କିଛି ଘଟିଥାନ୍ତା, ତେବେ ସୁସ୍ମିତା ତାଙ୍କୁ କହିଥାନ୍ତେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଲଲିତଙ୍କ ବିଷୟରେ କିଛି କହି ନ ଥିବା କହିଛନ୍ତି।

Share