ବିବାହ ପାଇଁ ମନ ବଳାଇଲେଣି ସୁସ୍ମିତା

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌, ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ସୁସ୍ମିତା ସେନ୍‌। ଏବେ ତାଙ୍କୁ ୪୮ ବର୍ଷ। ଦୁଇଟି ଝିଅଙ୍କୁ ସେ ନିଜର ପାଳିତା କନ୍ୟା ଭାବେ ଗ୍ରହଣ କରିଛନ୍ତି। ଏହାସତ୍ତ୍ୱେ ବିବାହ କରିବାକୁ ମନ ବଳାଇଛନ୍ତି ସେ। ଅନେକ ଇଭେଣ୍ଟରେ ପୂର୍ବତନ ପ୍ରେମିକ ରୋହମନ ସଲଙ୍କ ସହ ତାଙ୍କୁ ଦେଖାଯାଉଥିବାରୁ ଉଭୟ ପୁଣିଥରେ ପ୍ରେମରେ ପଡ଼ିଛନ୍ତି ବୋଲି କୁହାଯାଉଥିଲା। ହେଲେ ଅଭିନେତ୍ରୀ ଏହାକୁ ଏଡାଇ ଯାଇଛନ୍ତି। ଏବେ ସେ ରୋହମନଙ୍କୁ ଭଲ ବନ୍ଧୁ ଭାବେ ଦେଖୁଛନ୍ତି। ଆଗାମୀ ଦିନରେ ଯଦି କେହି ତାଙ୍କ ମନ ଚୋରି କରେ, ତାଙ୍କ ସହ ବିବାହ କରିବାକୁ ଉଚିତ ମଣିଲେ ନିଶ୍ଚିତ ଭାବେ ବିବାହ କରିବେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ସୁସ୍ମିତା।
ଦିନରେ ଲଳିତ ମୋଦିଙ୍କ ସହ ତାଙ୍କର ପ୍ରେମସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଥିଲା। ଦୁହିଁଙ୍କ ରୋମାଣ୍ଟିକ ଫଟୋ ଭାଇରାଲ ହୋଇଥିଲା। ଏହାକୁ ନେଇ ସୁସ୍ମିତା ଟ୍ରୋଲିଂର ଶିକାର ହୋଇଥିଲେ। କିଛି ଦିନ ପରେ ଏହି ସମ୍ପର୍କରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏବେ କିନ୍ତୁ ସୁସ୍ମିତା ହୃଦୟର ଦ୍ୱାର ଖୋଲା ରଖିଛନ୍ତି। ଯଦି କେହି ସେଠାରେ ଫିଟ୍‌ ହୁଅନ୍ତି ତେବେ ସେ ହାତକୁ ଦୁଇ ହାତ ନିଶ୍ଚିତ ହୋଇଯିବେ ଏଥିରେ ଦ୍ୱିମତ ନାହିଁ।

Share