Categories: ଜାତୀୟ

କଂଗ୍ରେସ ଛାଡିଲେ ସୁସ୍ମିତା

ନୂଆଦିଲ୍ଲୀ,୧୬।୮: କଂଗ୍ରେସର ପୂର୍ବତନ ଏମ୍‌ପି ତଥା ମହିଲା କଂଗ୍ରେସ ସଭାପତି ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ ନିଜ ଟୁଇଟର୍‌ ବାୟୋ ପରିବର୍ତ୍ତନ କରି କଂଗ୍ରେସର ଜଣେ ପୂର୍ବତନ ସଦସ୍ୟଙ୍କୁ ଲେଖିଥିଲେ। ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ଇସ୍ତଫା ବିଷୟରେ ସେ କୌଣସି ଠୋସ କାରଣ ଦେଇ ନାହାଁନ୍ତି। ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ସେ ଜନସେବାର ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛନ୍ତି। ସେ ଅଲ ଇଣ୍ଡିଆ ମହିଲା କଂଗ୍ରେସ ହ୍ବାଟସଆପ ଗ୍ରୁପ୍‌ରୁ ମଧ୍ୟ ସୁସ୍ମିତା ଛାଡିଥିଲେ। ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ସୁସ୍ମିତା କଂଗ୍ରେସ ଦଳକୁ ନେଇ ନିଜ ଅସନ୍ତୋଷ ଜାହିର କରିଥିଲେ। ସୁସ୍ମିତା କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।

Share