ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ସୁଶୀଳା କାର୍କି

କାଠମାଣ୍ଡୁ,୧୪ା୯: ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ରବିବାର ଦାୟିତ୍ୱ ନେଇଛନ୍ତି ସୁଶୀଳା କାର୍କି। ସେ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।ନେପାଳ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ

ଶୁକ୍ରବାର ଦେଶର ସଂସଦକୁ ଭଙ୍ଗ କରାଯିବା ସହ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ତେବେ ଏହି ପଦକ୍ଷେପକୁ ଶନିବାର ଦେଶର ଅନେକ ରାଜନୈତିକ ଦଳ ଓ ଆଇନଜୀବୀ ସଙ୍ଗଠନ ନିନ୍ଦା କରିଛନ୍ତି। ଏହା ଏକ ଅସାମ୍ବିଧାନିକ, ସ୍ବେଚ୍ଛାଚାରୀ ପଦକ୍ଷେପ। ଏହି ପଦକ୍ଷେପ ଦ୍ୱାରା ଗଣତନ୍ତ୍ରକୁ ଗଭୀର ଭାବେ ଆଘାତ ଲାଗିଥିବା ସେମାନେ କହିଛନ୍ତି। ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ନେପାଳୀ କଂଗ୍ରେସ (ଏନ୍‌ସି) କହିଛି, ସମ୍ବିଧାନକୁ ଉଲ୍ଲଂଘନ କରୁଥିବା ଯେକୌଣସି ନିର୍ଦ୍ଦେଶ ଗ୍ରହଣୀୟ ନୁହେଁ। ଏହି ପଦକ୍ଷେପ ସମ୍ବିଧାନର ଆତ୍ମାକୁ ଆଘାତ ଦେଇଛି। ସିପିଏନ୍‌-ୟୁଏମ୍‌ଏଲ୍‌ର ସାଧାରଣ ସମ୍ପାଦକ ଶଙ୍କର ପୋଖରେଲ କହିଛନ୍ତି, ଅଧାରୁ ନେପାଳ ସଂସଦକୁ ଭଙ୍ଗ କରାଯିବା ଅତ୍ୟନ୍ତ ଚିନ୍ତାଜନକ ଓ ନିନ୍ଦା ଯୋଗ୍ୟ ପଦକ୍ଷେପ। ସେହିପରି ସଂସଦକୁ ମନଇଚ୍ଛା ଭଙ୍ଗ କରାଯିବା ସମ୍ବିଧାନର ଗୁରୁତ୍ୱକୁ କ୍ଷୁଣ୍ଣ ପହଞ୍ଚାଇଛି ବୋଲି ନେପାଳ ବାର୍‌ ଆସୋସିଏଶନ (ଏନ୍‌ବିଏ) କହିଛି।
ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ନେପାଳର ପରବର୍ତ୍ତୀ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶନିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନବନିଯୁକ୍ତ ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଜେନ୍‌ ଜେଡ୍‌ର ହିଂସାତ୍ମକ ବିରୋଧ ପ୍ରଦର୍ଶନରେ ଦେଶର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜଗୁଡ଼ିକ ନଷ୍ଟ ହୋଇଯାଇଥିବା ନେଇ ଶନିବାର ନେପାଳ ସୁପ୍ରିମକୋର୍ଟ ଟିପ୍ପଣୀ କରିଛନ୍ତି। ଆନ୍ଦୋଳନରେ ହୋଇଥିବା ପୋଡ଼ାଜଳା, ପଥର ଫିଙ୍ଗା, ଭଙ୍ଗାରୁଜା ଏବଂ ଲୁଟ୍‌ପାଟ୍‌ ଆଦି ଯୋଗୁ ସୁପ୍ରିମକୋର୍ଟ ବିଲ୍ଡିଂ ଓ ପରିସର କ୍ଷତିଗ୍ରସ୍ତ ହୋଇଥିବା କହି ପ୍ରଧାନ ବିଚାରପତି ପ୍ରକାଶମାନ ସିଂ ରାଉତ ଦୁଃଖ ପ୍ରକାଶ କରିଛନ୍ତି। ଶନିବାର ନେପାଳ କର୍ତ୍ତୃପକ୍ଷ କାଠମାଣ୍ଡୁ ଉପତ୍ୟକା ସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଲାଗିଥିବା କର୍ଫ୍ୟୁକୁ ହଠାଇ ଦେଇଛନ୍ତି, ଯାହାଫଳରେ ପ୍ରାୟ ସପ୍ତାହେ ପରେ ଦେଶରେ ଜନଜୀବନ ସ୍ବାଭାବିକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Featured Video Play Icon

ମହାତ୍ମା ଗାନ୍ଧୀ: ସତ୍ୟର ସାହସ ଏବଂ ଅହିଂସାର ଅତୁଟ ଆସ୍ଥା

ସତ୍ୟ ଓ ଅହିଂସାର ଶକ୍ତିରେ ସାରା ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିବା ମହାତ୍ମା ଗାନ୍ଧୀଙ୍କ ଜୀବନ ଥିଲା ଅତି ସରଳ। ତାଙ୍କ ହାତରେ ନା ଥିଲା ଅସ୍ତ୍ର,…

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ? ଯୁଦ୍ଧବିରତିକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦।୧: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ପ୍ରବଳ ଥଣ୍ଡା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାନବିକତା ଆଧାରରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ଟ୍ରମ୍ପ…

ପାନ ମସଲା ପ୍ରତିବନ୍ଧକ ଉପରେ H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା!

ଭୁବନେଶ୍ବର,୩୦।୧: ଓଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri