Categories: ଜାତୀୟ

ସୁଶୀଲ ମୋଦିଙ୍କ ନାଁରେ ସାଧାରଣ ଜନତାଙ୍କ ଅଭିଯୋଗ

ପାଟନା,୩ ।୧୧: ମଙ୍ଗଳବାର ସକାଳେ ଆରମ୍ଭ ହୋଇଛି ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ପାଟନାରେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଭୋଟ ଦେଇଥିବା ଦେଖାଯାଇଛି । ହେଲେ ତାଙ୍କ ଭୋଟ ଦାନକୁ ନେଇ ଏବେ ବିବାହ ଉପୁଜିଛି । ପାଟନାର ସେଣ୍ଟ ଜୋସେଫ ହାଇସ୍କୁଲରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । କିନ୍ତୁ ସାଧାରଣ ଜନତା ଭୋଟ ଦେବା ପାଇଁ ସେଠାରେ ସକାଳ ୬ଟା ୩୦ରୁ ଲାଇନରେ ଠିଆ ହୋଇଛନ୍ତି । ଇତିମଧ୍ୟରେ ସୁଶୀଲ ମୋଦି ପହଞ୍ଚିବା କ୍ଷଣି ତୁରନ୍ତ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ଭୋଟ ଦେଇଦେଇଥିଲେ । ସୁଶୀଲଙ୍କୁ ମିଳିଥିବା ଏଭଳି ଭିଆଇପି ଟ୍ରିଟମେଣ୍ଟକୁ ନେଇ ସାଧାରଣ ଜନତା ରାଗି ଯାଇଥିଲେ । ସେଠାରେ ଭୋଟ ଦେବାପାଇଁ ଲାଇନରେ ଠିଆ ହୋଇଥିବା ଜଣେ ଡାକ୍ତର କହିଥିଲେ ଏଠାରେ ଯଦି ଭି÷ଆଇପି ଟ୍ରିଟମେଣ୍ଟ ହେବ ତେବେ ସାଧାରଣ ଭୋଟରର କୌଣସି ମୂଲ୍ୟ ନାହିଁ । ଏହାସହ ଏଠାରେ ସୋସିଆଲ ଡିଷ୍ଟାନସିଂର ପାଳନ କରାଯାଉନ ଥିବା ମଧ୍ୟ ସାଧାରଣ ଭୋଟର ଅଭିଯୋଗ କରିଛନ୍ତି ।

Share