Posted inଜାତୀୟ

ଶ୍ରାବଣରେ ମଟନ ଖାଇବା-ଅଶ୍ଳୀଳ ଭିଡ଼ିଓ ଦେଖିବା ନେଇ ସୁଶୀଲ ମୋଦି-ପପୁ ଯାଦବ ମୁହାଁମୁହିଁ…

ପାଟନା,୫।୯ : ଜନ ଅଧିକାର ପାର୍ଟି(ଜେଏପି) ସୁପ୍ରିମୋ ପପୁ ଯାଦବ ଏବଂ ଭାଜପାର ସୁଶୀଲ ମୋଦିଙ୍କ ମଧ୍ୟରେ ଶ୍ରାବଣ ମାସରେ ମଟନ ଖାଇବା ତଥା ଅଶ୍ଳୀଳ ଭିଡ଼ିଓ ଦେଖିବା ନେଇ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି। ପପୁ ଯାଦବ ସୁଶୀଲ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ନେତାମାନେ ଶ୍ରାବଣ ମାସରେ ଅଶ୍ଳୀଳ ଭିଡ଼ିଓ କାହିଁକି ଦେଖନ୍ତି? ଏହା ନନ୍‌ ଭେଜ ନୁହେଁ କି? ଯଦି ଆମେ ଟଙ୍କା ପାଇବୁ ତେବେ କ’ଣ ଶ୍ରାବଣରେ ଛାଡିଦେକୁ କି। ବାସ୍ତବରେ ଲାଲୁ ଯାଦବ ମଟନ ରାନ୍ଧି ରାହୁଲ ଗାନ୍ଧୀଙ୍କୁ ଖାଇବାକୁ ଦେବା ପରେ ଭାଜପା ରାଜ୍ୟସଭା ଏମପି ସୁଶୀଲ ମୋଦି ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ କେତେକ ଲୋକ ଅଛନ୍ତି ସେମାନେ ଶ୍ରାବଣ ମାସରେ ନନ୍‌ ଭେଜ ଖାଆନ୍ତି ଏବଂ ବିଭିନ୍ନ ନନ୍‌ ଭେଜ କଥାବାର୍ତ୍ତା ମଧ୍ୟ କରନ୍ତି ।

ଏନେଇ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ ପଚରାଯାଇଥିବାବେଳେ ପପୁ ଯାଦବ କହିଛନ୍ତି, ସୁଶୀଲ ଭାଇଙ୍କୁ ପଚାର, ଯଦି ସେ ମଙ୍ଗଳବାର, ବୁଧବାର ଏବଂ ଶ୍ରାବଣରେ ଟଙ୍କା ପାଆନ୍ତି, ତେବେ ସେ ଛାଡିଦେବେ କି ? ନେତାମାନେ ଅଶ୍ଳୀଳ ଭିଡ଼ିଓ ଦେଖିବା ବନ୍ଦ କରି ପାରିବେ କି? ନେତାମାନେ ଶ୍ରାବଣ ମାସରେ ଅଶ୍ଳୀଳ ଭିଡ଼ିଓ କାହିଁକି ଦେଖନ୍ତି, ସେସବୁ କ’ଣ ନନ୍‌ ଭେଜ ନୁହେଁ? ମଦ୍ୟପାନ କରିବା ନନ୍‌ ଭେଜ ନୁହେଁ କି? ଶ୍ରାବଣରେ ତିନୋଟି ବିବାହ କରିବା କ’ଣ ନନ୍‌ ଭେଜ ନୁହେଁ? ଅନ୍ୟ ଜାତିକୁ ଛୋଟ ବୋଲି କହିବା ନନ୍‌-ଭେଜ ନୁହେଁ। ସୁଶୀଲ ଭାଇ, ଦୟାକରି ଆପଣଙ୍କର ମୋବାଇଲ ଯାଞ୍ଚ କରନ୍ତୁ କି ଆପଣ ପର୍ନ ଭିଡ଼ିଓ ଦେଖିଛନ୍ତି କି ନାହିଁ?

ଲାଲୁ ଯାଦବଙ୍କୁ ସୁଶୀଲ ସମାଲୋଚନା କରିଥିବାରୁ ପପୁ ଯାଦବ କହିଛନ୍ତି ଓଟ ବସିଥିଲେ ମଧ୍ୟ ଏହା ଗଧଠାରୁ ଅଧିକ ଉଚ୍ଚ ହେବ।

ନିକଟରେ ସୋସିଆଲ ମିଡିଆରେ କଂଗ୍ରେସ ଦ୍ୱାରା ଏକ ଭିଡିଓ ଶେୟାର କରାଯାଇଥିଲା ଯେଉଁଥିରେ ଲାଲୁ ଯାଦବ ତାଙ୍କ ଝିଅ ମିସା ଭାରତୀଙ୍କ ବାସଭବନରେ ରାହୁଲ ଗାନ୍ଧୀଙ୍କୁ ଆତିଥେୟତା ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଲାଲୁ ଯାଦବ ତାଙ୍କୁ ସ୍ବାଦିଷ୍ଟ ମଟନ ତିଆରି କରିବାର ରେସିପି କହିଥିଲେ ଏବଂ ଉଭୟଙ୍କ ମଧ୍ୟରେ ରାଜନୈତିକ କଥାବାର୍ତ୍ତା ମଧ୍ୟ ହୋଇଥିଲା। ଏହା ପରେ ରାହୁଲ ଗାନ୍ଧୀ ଲାଲୁ ଯାଦବଙ୍କ ସହ ରାତ୍ରୀ ଭୋଜନ କରିଥିଲେ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଇଁ ରନ୍ଧା ହୋଇଥିବା ମଟନ ମଧ୍ୟ ନେଇଥିଲେ। ଏ ସମ୍ପର୍କରେ ସୁଶୀଲ ମୋଦି କହିଥିଲେ ଲାଲୁ ଯାଦବ ଶ୍ରାବଣରେ ମଧ୍ୟ ନନ୍‌ ଭେଜ ଖାଉଛନ୍ତି ଏବଂ ସେଭଳି କଥାବାର୍ତ୍ତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri