ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା: ଟୁଇଟରକୁ ଚିଠି ଲେଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୯।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗିଛି। ଏନେଇ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ସାଙ୍ଗ, ପରିବାର ଲୋକ ଓ ସର୍ମ୍ପକୀୟଙ୍କୁ ମଧ୍ୟ ପଚରାଉଚୁରା କରୁଛି। ଏଥିସହ ସୁଶାନ୍ତଙ୍କ ଟୁଇଟରରୁ କିଛି ପୋଷ୍ଟ ଡିଲିଟ କରାଯାଇଛି କି ନାହିଁ ସେନେଇ ମଧ୍ୟ ପୋଲିସ ଖୋଳତାଡ କରୁଛି। ଏଥିପାଇଁ ମୁମ୍ବାଇ ପୋଲିସ ଟୁଇଟର ଇଣ୍ଡିଆକୁ ଏକ ଚିଠି ପଠାଇଛି। ଏହି ଚିଠି ଜରିଆରେ ଟୁଇଟର ଇଣ୍ଡିଆ ହ୍ୟାଣେଡଲର @ItsSSR କାର୍ଯ୍ୟକଳାପ ସମ୍ବନ୍ଧରେ ସବିଶେଷ ତଥ୍ୟ ମଗାଯାଇଛି। ଏଥିସହ ସୁଶାନ୍ତଙ୍କ ଆକାଉଣ୍ଟରୁ କୌଣସି ପୋଷ୍ଟ ଡିଲିଟ୍‌ କରାଯାଇଛି କି ସେନେଇ ମଧ୍ୟ ତଥ୍ୟ ମଗାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଟୁଇଟର ହ୍ୟାଣ୍ଡେଲରେ ତାଙ୍କର ଶେଷ ପୋଷ୍ଟ ୨୦୧୯ ଡିସେମ୍ବର ୨୭ର ରହିଛି। ତେବେ ସୁଶାନ୍ତଙ୍କ ଫ୍ୟାନ ଫଲୋଇଂ ଓ ସୋସିଆଲ ମିଡିଆକୁ ଆଧାର କରି ତାଙ୍କର କୌଣସି ପୋଷ୍ଟ ଡିଲିଟ୍‌ କରାଯାଇଛି କି ନାହିଁ ସେନେଇ ପୋଲିସ ତଦନ୍ତ ଚଳାଇଛି।

Share