ସୁଶାନ୍ତ ସିଂଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ଫ୍ୟାନ୍ସ୍‌ଙ୍କୁ କଲା ଭାବୁକ

ମୁମ୍ବାଇ, ୭।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଏହାକୁ ଦେଖି ତାଙ୍କ ଫ୍ୟାନ୍ସ୍‌ମାନେ ଭାବୁକ ହୋଇଯାଇଛନ୍ତି। ରିଲ୍‌ ଲାଇଫ୍‌ରେ ଜୀବନ ସଂଘର୍ଷକୁ ଖାତିର କରୁ ନ ଥିବା ସୁଶାନ୍ତ କିଭଳି ରିୟଲ ଲାଇଫ୍‌ରେ ହାରିଗଲେ ତାହା ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି। ସୋସିଆଲ୍‌ ମିଡ଼ିଆରେ ଫିଲ୍ମର ଟ୍ରେଲର ବେଶ୍‌ ଭାଇରାଲ ହେବାରେ ଲାଗିଛି। ସୁଶାନ୍ତଙ୍କ ଡାଏଲଗ୍‌ ଫ୍ୟାନ୍ସ୍‌ଙ୍କୁ ପସନ୍ଦ ଆସିଛି। ଫିଲ୍ମର କାହାଣୀ ମାର୍ମିକ ଥିବାବେଳେ ସୁଶାନ୍ତଙ୍କ ଅପୋଜିଟ୍‌ରେ ସଞ୍ଜନା ସାଘିଂ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ମୁକୋ ଛାବ୍ରା ରହିଛନ୍ତି। ଏଥିରେ ଏ.ଆର୍‌. ରହମାନ୍‌ ମ୍ୟୁଜିକ୍‌ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଜୁଲାଇ ୨୪ରେ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବ। ଏହାକୁ ଡିଜ୍ନି ପ୍ଲସ୍‌ ହଟ୍‌ ଷ୍ଟାରରେ ରିଲିଜ୍‌ କରାଯିବ।

Share