ସୁଶାନ୍ତଙ୍କ ରୋଷେୟାଙ୍କ ବଡ଼ ଖୁଲାସା, ଆତ୍ମହତ୍ୟା ପୂର୍ବରୁ ଘରେ ଘଟିଥିଲା ଏପରି କିଛି..

ବମ୍ବେ: ଦିନକୁ ଦିନ ରୋଚକ ମୋଡ଼ ନେଉଛି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ। ପ୍ରଥମେ ନେପୋଟିଜିମ୍‌କୁ ନେଇ ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହା ଷଡଯନ୍ତ୍ର ବୋଲି ଆଭାସ ହେଲାଣି। ଏସବୁ ଭିତରେ ମୁହଁ ଖୋଲିଛନ୍ତି ସୁଶାନ୍ତଙ୍କ ଘରେ ଥିବା ରୋଷେୟା ନୀରଜ ସେମୁଏଲ। ସେ ଉକ୍ତ ଦିନ ଘରେ ଥିଲେ। ସେ ପଙ୍ଖାରେ ସୁଶାନ୍ତଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ଏନେଇ ଭଉଣୀଙ୍କୁ ଜଣାଇବା ପରେ ସେ ମୃତଦେହକୁ ମଧ୍ୟ ପଙ୍ଖାରୁ ଓହ୍ଲାଇଥିଲେ।

ନୀରଜ କହିଛନ୍ତି, ସୁଶାନ୍ତ ଥିବା କୋଠରୀର କବାଟ ବନ୍ଦ ଥିଲା। ତାଙ୍କୁ ଡାକିଲେ ମଧ୍ୟ ସେ ଜବାବ ଦେଉ ନ ଥିଲେ। ନା ଫୋନ୍‌ ଉଠାଉଥିଲେ। ଏହାଦେଖି ସେ ସୁଶାନ୍ତଙ୍କ ଉଭଣୀଙ୍କୁ କଲ୍‌ କରିଥିଲେ। ସେ କହିଥିଲେ ପହଞ୍ଚୁଛି। ହେଲେ କବାଟ ଖୋଲିବାକୁ ଚେଷ୍ଟା କର। ପରେ କବାଟ ଭାଙ୍ଗିବା ଲୋକଙ୍କୁ ଡକାଯାଇଥିଲା। ହେଲେ କବାଟ ଖୋଲାଯାଇପାରି ନ ଥିଲା। ପରେ ସିର୍ଦ୍ଧାର୍ଥ କବାଟ ଭାଙ୍ଗି ଚମକି ପଡ଼ିଥିଲେ। ପରେ ନୀରଜ ଭିତରକୁ ଯାଇ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ସୁଶାନ୍ତଙ୍କୁ ଦେଖିଥିଲେ। ସେତେବେଳକୁ ତାଙ୍କ ଭଉଣୀ ପହଞ୍ଚିଥିଲେ। ସୁଶାନ୍ତଙ୍କ ଛାତିକୁ ଦାବିଥିଲେ। ବେକରୁ ରଶି କାଢ଼ିଥିଲେ। ହେଲେ ଦାଗ ଥିବା ସେ କହିଛନ୍ତି।

ସୁଶାନ୍ତ-ରିୟାଙ୍କ ସମ୍ପର୍କକୁ ନେଇ ସେ କହିଛନ୍ତି ଉଭୟ ଖୁସି ଥିଲେ। ହେଲେ ୟୁରୋପରୁ ଟ୍ରିପ୍‌ କରି ଆସିବା ପରେ ସବୁକିଛି ଠିକ୍‌ ନ ଥିଲା। ଏପରିକି ରିୟା ଲକ୍‌ଡାଉନ୍‌ ବେଳେ ତାଙ୍କୁ ଚାକିରିରୁ ବାହାରି ଯିବାକୁ କହିଥିଲେ। କାରଣ ସେ ଅଳିଆ ଉଠାଉଥିବା ଲୋକଙ୍କ ସହ ମାସ୍କ ନ ପିନ୍ଧି କଥା ହେଉଥିଲେ। ହେଲେ ସୁଶାନ୍ତ ରୋକିଥିଲେ। ଉକ୍ତ ଦିନ ରିୟା ଘରୁ ବାହାରକୁ ଯିବା ପରେ ସୁଶାନ୍ତଙ୍କ ଭଉଣୀ ଆସିଥିଲେ। ଦୁଇରୁ ତିନି ଦିନ ରହିଥିଲେ।

ସୁଶାନ୍ତ ବାନ୍ଦ୍ରା ଫ୍ଲାଟକୁ ଆସିବା ପରେ ସବୁକିଛି ଠିକ୍‌ ଥିଲା। ହେଲେ ରିୟା ବାହାରକୁ ଗଲେ ସୁଶାନ୍ତ ଖାଉ ନ ଥିଲେ। ରିୟାଙ୍କ ଘରକୁ ସିଫ୍ଟ ହେବା ପରେ କିଛି ଚିକିତ୍ସା କରାଯାଉଥିଲା। ହେଲେ କେଉଁଥିପାଇଁ ସେ ଜାଣି ନାହାନ୍ତି। କିଛି ଦିନ ପରେ ରିୟା ତାଙ୍କୁ ଡ୍ରେସ୍‌ ପ୍ୟାକ୍‌ କରିବାକୁ କହିଥିଲେ। ପରେ ଘର ଛାଡ଼ି ଚାଲିଯାଇଥିଲେ। ଜୁନ୍‌ ୧୩ରେ ସେ ରାତ୍ରୀ ଭୋଜନ କରି ନ ଥିଲେ। ସେ ଖାଲି ମ୍ୟାଙ୍ଗୋ ସେକ୍‌ ପିଇଥିଲେ। ଜୁନ୍‌ ୧୪ରେ ନିଜ୍‌ ରୁମ୍‌ରୁ ବାହାରକୁ ଆସିବା ବେଳେ ସାଧାରଣ ଲାଗୁଥିଲେ। ଥଣ୍ଡା ପାଣି ମାଗିଥିଲେ। ଏହା ତାଙ୍କ ସହ ଶେଷ କଥା ଥିଲା। ବ୍ରେକ୍‌ଫାଷ୍ଟ ପରେ ତାଙ୍କୁ କିଛି ପଚାରି ନ ଥିଲେ। ଦ୍ୱିପ୍ରହର ଖାଇବା ନେଇ ପଚାରିବାକୁ ଯିବା ସମୟରେ କିଛି ଜବାବ ସେ ଦେଇ ନଥିଲେ ବୋଲି ନୀରଜ ଗଣମାଧ୍ୟମକୁ କହିଛନ୍ତି।

Share