ଫିଟୁଛି ଗୁମର: ୨୦୨୦ରେ ହଲିଉଡ୍‌ରେ କାମ କରିବାକୁ ଚାହୁଁଥିଲେ ସୁଶାନ୍ତ ସିଂ ରାଜପୁତ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୨ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟର ପରଦା ଫିଟୁ ନାହିଁ। ସୁଶାନ୍ତଙ୍କ ମୃତ୍ୟୁ ତଥା ଜୀବନ ସହ ଜଡିତ ନୂଆ ନୂଆ କଥା ପ୍ରତିଦିନ ସାମ୍ନାକୁ ଆସୁଛି। ସୁଶାନ୍ତ ତାଙ୍କ ଜୀବନକୁ ନେଇ ଅନେକ ଯୋଜନା କରିଥିଲେ। ସବୁକିଛି ସେ ଡାଏରୀରେ ଲେଖି ରଖୁଥିଲେ। ୨୦୨୦ରେ ହଲିଉଡ୍‌ରେ କାମ କରିବାର ସ୍ବପ୍ନ ମଧ୍ୟ ସେ ଦେଖିଥିଲେ। ବର୍ଷ ୨୦୨୦କୁ ସୁଶାନ୍ତ ୩ଟି ଭାଗରେ ବିଭକ୍ତ କରିଥିଲେ। ପ୍ରଥମ ଭାଗରେ ବଲିଉଡ୍‌ ସମେତ ହଲିଉଡ୍‌ରେ କାମ କରିବାକୁ ଚାହୁଁଥିଲେ। ଦ୍ୱିତୀୟ ଭାଗରେ କିଛି କ୍ରିଏଟିଭ୍‌ କାମ ଏବଂ ତୃତୀୟ ଭାଗରେ ଷ୍ଟାର୍ଟଅପ୍‌ ଯୋଜନା ରହିଥିଲା। ସବୁକିଛି ତାଙ୍କ ଡାଏରୀରୁ ଜଣାପଡ଼ିଛି।

Share