ସୁଶାନ୍ତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ସୁପ୍ରିମକୋର୍ଟ ଗଲେ ରିୟା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବୁଧବାର ଆଉ ଏକ ମୋଡ ଆସିଛି। ମଙ୍ଗଳବାର ସୁଶାନ୍ତଙ୍କ ବାପା ପାଟଣାର ରାଜୀବ ନଗର ଥାନାରେ ରିୟାଙ୍କ ବିରୋଧରେ ଏତଲା ଦାୟର କରିଥିଲେ। ଏବେ ରିୟା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପାଟଣାରେ ଦାୟର ହୋଇଥିବା ମାମଲାକୁ ବମ୍ବେକୁ ଟ୍ରାନ୍ସଫର କରି ଆଣିବା ପାଇଁ ସେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିବା ଜଣାପଡ଼ିଛି।

ରିୟାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ବାପା। ଟଙ୍କା ଆତ୍ମସାତ କରିବା ପରେ ସୁଶାନ୍ତଙ୍କୁ ପାଗଳ ହୋଇଥିବା କଥା ପ୍ରଘଟ କରିବା ଧମକ ଦେଇ ଆସୁଥିଲେ ରିୟା। ଏପରିକି ମୋବାଇଲ ନମ୍ବର ପରିବର୍ତ୍ତନ କରି ପରିବାରଲୋକଙ୍କଠାରୁ ଦୂରେଇ ରଖୁଥିଲେ। ଶେଷରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଭିଯୋଗରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ରିୟା ଉସୁକାଇଥିବା ସେ ଦର୍ଶାଇବା ସହ ତାଙ୍କ ପରିବାର ବିରୋଧରେ ଏତଲା ଦେିଛନ୍ତି। ଆଇପିସିର ଧାରା ୩୪୧, ୩୪୨, ୩୦୬,୪୦୬,୪୨୦, ୩୮୦ରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

Share