Categories: ଜାତୀୟ

ମୁମ୍ବାଇରେ ପାଟଣା ଏସ୍‌ପିଙ୍କୁ କ୍ୱାରାଣ୍ଟାଇନ: ସଞ୍ଜୟ କହିଲେ ପାଗଳ ହୋଇଯାଇଛି ବିଏମ୍‌ସି

ମୁମ୍ବାଇ,୩।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ ଆସିଛି। ଏବେ ଏହି ଘଟଣାକୁ ନେଇ ବିହାର ପୋଲିସ ଏବଂ ମୁମ୍ବାଇ ପୋଲିସ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଛି। ଘଟଣାରେ ମୁମ୍ବାଇ ପୋଲିସ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି। ଏବେ ଘଟଣାର ତଦନ୍ତ ପାଇଁ ନିଯୁକ୍ତ ହୋଇଥିବା ପାଟଣା ଏସପି ବିନୟ ତିଓ୍ବାରୀଙ୍କୁ ବିଏମ୍‌ସି କ୍ୱାରାଣ୍ଟାଇନ୍‌ ରହିବାକୁ ନିର୍ଦ୍ଦେଶ ଦେଇଛି। ରହିବାର ବିନୟ ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କ ସହ ଖରାପ ବ୍ୟବହାର ମଧ୍ୟ କରାଯାଇଛି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। କଂଗ୍ରେସ ନେତା ସଞ୍ଜଳୟ ନିରୂପମ କହିଛନ୍ତି, ମୁମ୍ବାଇ ପୋଲିସ ଏବଂ ବିଏମ୍‌ସି ପାଗଳ ହୋଇଯାଇଛନ୍ତି। ଯଦି ଜଣେ ଅଫିସରଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ ତେବେ ଯାଞ୍ଚ୍‌ କେମିତି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

Share