ସୁଶାନ୍ତଙ୍କ ପାଇଁ ଅଙ୍କିତାଙ୍କ ଆଖିରୁ ଝରୁଛି ଲୁହ, ଦୁଃଖରେ ଭାଙ୍ଗିପଡିଛନ୍ତି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ୧୫ ଦିନ ବିତିଛି। ଏବେ ବି ସାଥୀ କଳାକାର ତାଙ୍କୁ ଭୁଲିପାରୁନାହାନ୍ତି। ତାଙ୍କ ଏକ୍ସଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ଭାଙ୍ଗିପଡିଛନ୍ତି। ଏବେ ବି ତାଙ୍କ ଆଖିରୁ ଲୁହ ଝରୁଛି। ଖିଆପିଆ ଭୁଲିଯାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ଏବେ ବି ସେ ବିଶ୍ୱାସ କରି ପାରୁ ନ ଥିବା ତାଙ୍କ ବନ୍ଧୁ ସନ୍ଦୀପ ସିଂ କହିଛନ୍ତି। ସୁଶାନ୍ତଙ୍କ ପାଇଁ ଅଙ୍କିତା ମା’ ଥିଲେ। ସବୁବେଳେ ତାଙ୍କ ଯତ୍ନ ନେଉଥିଲେ ବୋଲି ସେ କହିଛନ୍ତି। ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବ ସୁଶାନ୍ତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ। ତଥାପି ସେ ଦୀର୍ଘ ୬ ମାସ ହେଲା ବିଷାଦଗ୍ରସ୍ତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ହେଲେ ସେ କାହିଁକି ଡିପ୍ରେସନକୁ ଯାଇଥିଲେ, ସେକଥା କେହି ବି କହିପାରୁନାହାନ୍ତି। ଏକ୍ସଗର୍ଲଫ୍ରେଣ୍ଡ୍‌ ଅଙ୍କିତାଙ୍କ ସହ ସୁଶାନ୍ତଙ୍କ ସର୍ମ୍ପ ପ୍ରାୟ ୧୦ ବର୍ଷ ଧରି ଥିଲା। କିନ୍ତୁ କୌଣସି କାରଣରୁ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା।

Share