ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବିଶ୍ୱବାପୀ ଆନ୍ଦୋଳନ ପାଲଟିଲାଣି: ନ୍ୟାୟ ପାଇଁ ଉଠୁଛି ଦାବି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ପାଖାପାଖି ୨ ମାସ ହେଲାଣି। ତାଙ୍କୁ ନ୍ୟାୟ ଦେବା ପାଇଁ ସମଗ୍ର ଦେଶ ଏକାଠି ହୋଇଯାଇଛି। ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଏକ ଅଭିଯାନ ଚାଲିଛି।
ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସିବିଆଇ ଦ୍ୱାରା ମାମଲାର ପରିଚାଳନା ହେବା ପରେ ସେ ନିଶ୍ଚିତ ଯେ, ତାଙ୍କ ପରିବାର ଏବଂ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ନ୍ୟାୟ ମିଳିବ। ନିକଟରେ ଶ୍ୱେତା ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବିଦେଶରେ ମଧ୍ୟ ଲୋକମାନେ ସୁଶାନ୍ତଙ୍କ ପାଇଁ ନ୍ୟାୟ ପାଇଁ ଦାବି କରିଥିବା ସେ ଏହା ମାଧ୍ୟମରେ ଜଣାଇଛନ୍ତି।
ସୁଶାନ୍ତଙ୍କୁ ନ୍ୟାୟ ପାଇଁ କାଲିଫର୍ନିଆରେ ପୋଷ୍ଟର ଲଗାଯାଇଛି। ଭଉଣୀ ଶ୍ୱେତା ଆମେରିକାରେ ବିଲବୋର୍ଡର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋ ଶେୟାରକରି ସେ ଲେଖିଛନ୍ତି, କାଲିଫର୍ନିଆରେ ଭାଇର ବିଲବୋର୍ଡ। ଏହା ଏକ ବିଶ୍ୱବାପୀ ଆନ୍ଦୋଳନ।

Share