ମୃତ୍ୟୁ ପୂର୍ବରୁ କରୋନା ସମ୍ପର୍କିତ ସ୍ବତନ୍ତ୍ର ଆପ୍‌ ଉପରେ କାମ କରୁଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ସହ ଜଡିତ ଅନେକ ଲୋକ ବର୍ତ୍ତମାନ ଖୋଲାଖୋଲି ଭାବେ କଥା ହେଉଛନ୍ତି। ଏହି ସମୟରେ ଫିଲ୍ମ ‘ଏମ୍‌ ଏସ୍‌ ଧୋନୀ: ଦି ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତଙ୍କ ମା’ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ନୀତା ମହିନ୍ଦ୍ରା ଏବେ ମୁହଁ ଖୋଲିଛନ୍ତି। ସେ ଦାବି କରିଛନ୍ତି ଯେ, ସୁଶାନ୍ତ ଏକ ସ୍ବତନ୍ତ୍ର ଆପ୍‌ ଉପରେ କାମ କରୁଥିଲେ, ଯାହାଦ୍ୱାରା କରୋନା ସଂକ୍ରମଣ ସହଜରେ ଚିହ୍ନଟ ହୋଇପାରିବ।
ସୁଶାନ୍ତ ଜଣେ ଅତି ଆନ୍ତରିକ ଏବଂ କ୍ରିଏଟିଭ୍‌ ବ୍ୟକ୍ତିତ୍ୱ ଥିଲେ। ସେ ସୃଜନଶୀଳ ଏବଂ ଆଥିିକ ଦୃଷ୍ଟିରୁ ବହୁତ ଭଲ କାମ କରୁଥିଲେ। ସେ ଆଇଆଇଟିରୁ ପାସ୍‌ ହୋଇଥିଲେ ମଧ୍ୟ ଅଭିନୟ ପାଇଁ ଇଞ୍ଜିନିୟରିଂ କ୍ୟାରିୟରକୁ ଛାଡିଥିଲେ। ସେ ଏମିତି ଏକ ଆପ୍‌ ତିଆରି କରୁଥିଲେ, ଯାହା ମୋବାଇଲରେ ଶ୍ୱାସକ୍ରିୟା ଦ୍ୱାରା କୋଭିଡ୍‌-୧୯ ସଂକ୍ରମଣ ଚିହ୍ନଟ କରିପାରିବ ବୋଲି ନୀତା କହିଛନ୍ତି।

Share