ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ସର୍‌ପ୍ରାଇଜ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ଏହାକୁ ଏପର୍ଯ୍ୟନ୍ତ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପ୍ରଶଂସକ। ନିକଟରେ ତାଙ୍କ ଶେଷ ଅଭିନୀତ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିବା ବେଳେ ଦର୍ଶକେ ଏହାକୁ ଦେଖିବାକୁ ଏକ ପ୍ରକାର ପାଗଳ ହୋଇ ଯାଇଥିଲେ। ଆଉ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହା ଇତିହାସ ସୃଷ୍ଟି କରିଥିଲା। ଏବେ ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଆଉ ଏକ ସରପ୍ରାଇଜ୍‌। ‘ଦିଲ୍‌ ବେଚାରା’ର ପ୍ରଥମ ଗୀତର ଟିଜର୍‌ ଏବେ ରିଲଜ୍‌ ହୋଇସାରିଛି। ସୁଶାନ୍ତ ଓ ସଞ୍ଜନାଙ୍କ ଅଭିନୀତ ଏହି ଫିଲ୍ମର ପ୍ରଥମ ଗୀତର ଟିଜରରେ ସୁଶାନ୍ତଙ୍କ ହସ ହସ ମୁହଁ ଓ ମସ୍ତି କରୁଥିବା ଅନ୍ଦାଜ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି କୁହାଯାଉଛି। ଏହି ଟିଜରରେ ଦେଖିବାକୁ ମିଳିଛି ସୁଶାନ୍ତ ଏକ ଷ୍ଟେଜରେ ନିଶ୍ଚିତ ଭାବେ ଏକ ଧମାକାଦାର ପରଫରମାନ୍ସ ଦେବାକୁ ଯାଉଛନ୍ତି। ଆଉ ବ୍ୟାକଗ୍ରାଉଣ୍ଡରେ ମନ ମୋହିଲା ଭଳି ମ୍ୟୁଜିକ ବାଜୁଛି। Disney+HotstarVIPର ଅଫିସିୟାଲ ଟୁଇଟର ଆକାଉଣ୍ଟରେ ସୁଶାନ୍ତଙ୍କ ଫିଲ୍ମ ‘ଦିଲ ବେଚାରା’ର ପ୍ରଥମ ଗୀତର ଏକ ଝଲକ୍‌ ଶେୟାର କରାଯାଇଛି। ଏହାସହ ସୂଚନା ଦିଆଯାଇଛି କି ଏହି ଗୀତ ଜୁଲାଇ ୧୦ ଅର୍ଥାତ୍‌ ଶୁକ୍ରବାର ଦିନ ୧୨ଟାରେ ରିଲିଜ କରାଯିବ। ୨୪ ଜୁଲାଇରେ Disney+HotstarVIPରେ ଏହି ଫିଲ୍ମ ରିଲିଜ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri