ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗୁଗୁଲ୍‌ରେ ନିଜକୁ ଖୋଜିଥିଲେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା ଚାଲିଛି। ତେବେ ମୁମ୍ବାଇ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏକ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗୁଗୁଲରେ ନିଜକୁ ଖୋଜିଥିଲେ। ସୁଶାନ୍ତଙ୍କ ମୋବାଇଲ ଫୋରେନସିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସେ ଆତ୍ମହତ୍ୟା କରିଥିବା ଦିନ ଅର୍ଥାତ୍‌ ଜୁନ ୧୪ରେ ଗୁଗୁଲରେ ତାଙ୍କ ନାମ ‘ସୁଶାନ୍ତ ସିଂ ରାଜପୁତ’ ମାରି ଖୋଜିଥିଲେ। ଏହା ପରେ ନିଜ ସହ ଜଡିତ କିଛି ଖବର ପ୍ରବନ୍ଧ ଏବଂ ରିପୋର୍ଟ ମଧ୍ୟ ସେ ପଢିଛନ୍ତି ବୋଲି ମଧ୍ୟ କୁହାଯାଉଛି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାକୁ ତାଙ୍କ କୋ-ଷ୍ଟାରମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ମୃତ୍ୟୁର ୨୦ ଦିନ ପରେ ବି ତାଙ୍କ ସହ ଥିବା ପୁରୁଣା ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।

Share