ସୁଶାନ୍ତ ସିଂଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦି ଜଷ୍ଟିସ’ର ଟିଜର ରିଲିଜ୍‌

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁରଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନାହିଁ। ସିବିଆଇ ବର୍ତ୍ତମାନ ଏହାର ତଦନ୍ତ କରୁଛି। ଏହାରି ମଧ୍ୟରେ ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ନ ଜଷ୍ଟିସ’ ର ଟିଜର ରିଲିଜ୍‌ ହୋଇଯାଇଛି।
‘ନ୍ୟାୟ: ଦି ଜଷ୍ଟିସ’ ରେ ସୁଶାନ୍ତଙ୍କ ଚରିତ୍ରରେ ଜୁବେର କେ ଖାନ୍‌ଙ୍କୁ ଦେଖିବାକୁ ମିଳୁଛି। ତାଙ୍କ ବିପକ୍ଷରେ ଅର୍ଥାତ୍‌ ରିୟା ଚକ୍ରବର୍ତ୍ତିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଶ୍ରେୟା। ମୃତ୍ୟୁ ପୂର୍ବରୁ ସୁଶାନ୍ତ ବହୁତ ବ୍ୟସ୍ତ ଦେଖାଯାଉଥିବା ଟିଜରରେ ଦେଖିବାକୁ ମିଳୁଛି। ୫୫ ସେକେଣ୍ଡର ଏହି ଟିଜରରେ ସୁଶାନ୍ତ ଏବଂ ରିୟାଙ୍କୁ ଦେଖିବାକୁ ମିଳୁଛି। ଫିଲ୍ମଟି ଜୁନ୍‌ ୧୧ରେ ସୁଶାନ୍ତଙ୍କ ଶ୍ରାଦ୍ଧବାର୍ଷିକୀରେ ରିଲିଜ୍‌ ହେବ ।

Share