ମୋ ପୁଅକୁ ରିୟା ବିଷ ଦେଇ ମାରିଛନ୍ତି

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ଏହି ମାମଲାର ଯାଞ୍ଚ୍‌ ସିବିଆଇ କରୁଛି। ସିବିଆଇର ଏକ ଟିମ୍‌ ସୁଶାନ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ ଖୋଜିବାରେ ଲାଗିଛି। ଏବେ ସୁଶାନ୍ତଙ୍କ ପିତା କେକେ ସିଂ କହିଛନ୍ତି, ମୋ ପୁଅକୁ ରିୟା ହିଁ ହତ୍ୟା କରିଛନ୍ତି। ସେ ତାଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ ଏବେ ପର୍ଯ୍ୟନ୍ତ ରିୟାଙ୍କ କାହିଁକି ଗିରଫ କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଡ୍ରଗ୍ସ ନେବା ମାମଲାକୁ ସେ ଖଣ୍ଡନ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍‌ ୧୪ରେ ସୁଶାନ୍ତ ମୁମ୍ବାଇସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ। ଏହି ମାମଲାରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଜଡିତ ଥିବା କୁହାଯାଉଛି।

Share