ସୁଶାନ୍ତଙ୍କ ପାଗଳ ପ୍ରଶଂସକ, ବାଣ୍ଟୁଛନ୍ତି ତାଙ୍କ ଫଟୋ ଥିବା ମାସ୍କ

ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ। ତଥାପି ସେ ଦୀର୍ଘ ୬ ମାସ ହେଲା ବିଷାଦଗ୍ରସ୍ତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ହେଲେ ସେ କାହିଁକି ଡିପ୍ରେସନକୁ ଯାଇଥିଲେ, ସେକଥା କେହି ବି କହିପାରୁନାହାନ୍ତି। ସୁଶାନ୍ତ ସର୍ବଦା ହସହସ ମୁହଁରେ ସମସ୍ତଙ୍କୁ ଭେଟୁଥିଲେ। ମନ ଭିତରେ ଅନେକ ବ୍ୟଥା ରହିଥିଲେ ହେଁ ସେ କେବେ ହେଲେ ଏହାକୁ ନିଜ ମୁହଁରେ ଆସିବାକୁ ଦେଇ ନ ଥିଲେ। ଲକ୍ଷ ଲକ୍ଷ ଫ୍ୟାନ ଓ ବଲିଉଡକୁ ଏକା କରି ଚାଲିଯାଇଥିବା ସୁଶାନ୍ତଙ୍କୁ ଭୁଲିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଯୋଧପୁରର ଦେବେନ୍ଦ୍ର ବୋରନା ନାମକ ଜଣେ ବ୍ୟକ୍ତି ସୁଶାନ୍ତଙ୍କ ଫଟୋ ଥିବା ମାସ୍କ ବାଣ୍ଟୁଛନ୍ତି। ମାସ୍କରେ ସାମାଜିକ ବାର୍ତ୍ତା ମଧ୍ୟ ଲେଖାଯାଇଛି। ସୋସିଆଲ ମିଡିଆରେ ଦେବେନ୍ଦ୍ରଙ୍କୁ ପ୍ରଶଂସା କରାଯାଇଛି।

Share