ହାଇକୋର୍ଟ ଗଲେ ରକୁଲ

ନୂଆଦିଲ୍ଲୀ, ୧୭ ।୯: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ମାମଲା ଯୋଡି ହୋଇଯିବା ପରେ ଏବେ କେତେଜଣ ସେଲିବ୍ରିଟି ଏହା ମଧ୍ୟକୁ ଚାଲି ଆସିଛନ୍ତି । ନାର୍କୋଟିକ୍ସ କ୍ରାଇମ ବ୍ୟୁରୋ(ଏନ୍‌ସିବି) ଦ୍ୱାରା ଗିରଫ ହେବା ପରେ ସୁଶାନ୍ତ ସିଂ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିଆ ଚକ୍ରବର୍ତ୍ତି ଆଉ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାଁ କହିଛନ୍ତି । ଏହି ଡ୍ରଗ୍ସ ମାମଲାରେ ରକୁଲ ପ୍ରିତ ସିଂଙ୍କ ନାମ ମଧ୍ୟ ଆସିଛି । ଏହାପରେ ରକୁଲ ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହାସହ ତାଭ୍‌କୁ ନେଇ ଗଣମାଧ୍ୟମର କଭରେଜ ଉପରେ ରୋକ ଲଗାଇବାକୁ ରକୁଲ କୋର୍ଟରେ ଅପିଲ କରିଥିବା ସୂଚନା ରହିଛି । ସେ କହିଛନ୍ତି ଗଣମାଧ୍ୟମରେ ତାଙ୍କୁ ନେଇ ଯେଉଁ ଖବର ପ୍ରଚାର ପ୍ରସାର କରାଯାଉଛି ଏଥିରେ ତାଙ୍କ ଇମେଜ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି । ରକୁଲ କହିଛନ୍ତି ରିଆ ଚର୍କବର୍ତ୍ତି ଡ୍ରଗ୍ସ ମାମଲାରେ ତାଙ୍କ ନାଁ ଓ ସାରା ଅଲି ଖାଁଙ୍କ ନାଁ ନେବା କଥା ସେ ଶୁଟିଂରେ ଥିବା ବେଳେ ଜାଣିପାରିଥିଲେ । ଆଉ ଏହାପରେ ଗଣମାଧ୍ୟମରେ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରକାର ଭୁଲ୍ ଖବର ପରିବେଷଣ କରାଯାଉଛି । ତେଣୁ ଏହା ଉପରେ ରୋକ ଲାଗାଇବାକୁ କୋର୍ଟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଅପିଲ କରିଛନ୍ତି । ରକୁଲଙ୍କ ଓକିଲ ମଧ୍ୟ କହିଛନ୍ତି ଗଣମାଧ୍ୟମ ରକୁଲଙ୍କୁ ହତୋତ୍ସାହିତ କରୁଛି ।

Share