Categories: ଜାତୀୟ

ସୁଶାନ୍ତ ମୃତ୍ୟୁ ମାମଲା: ଏମ୍ସ ରିପୋର୍ଟକୁ ନେଇ ମୁହଁ ଖୋଲିଲେ ସଞ୍ଜୟ

ମୁମ୍ବାଇ,୫ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରାଜନୈତିକ ବାକ୍‌ଯୁଦ୍ଧ ଲାଗି ରହିଛି । ସିବିଆଇ ଦ୍ୱାରା ଗଠନ କରାଯାଇଥିବା ଏମ୍ସ ପ୍ୟାନେଲର ରିପୋର୍ଟ କହିଛି ଯେ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଆତ୍ମହତ୍ୟା । ଏମ୍ସ ରିପୋର୍ଟରେ ସମ୍ପୂର୍ଣ୍ଣ ଭାବେ ହତ୍ୟା ଘଟଣାକୁ ହଟାଇ ଦିଆଯାଇଛି । ଏବେ ଏହାକୁ ନେଇ ମହାରାଷ୍ଟ୍ର ଶିବସେନାର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି, ଏହା ଏମ୍ସ ଫୋରେନସିକ୍ ମେଡିକାଲ ବୋର୍ଡର ମୁଖ୍ୟ ଡା. ସୁଧିର ଗୁପ୍ତାଙ୍କ ରିପୋର୍ଟ । ତାଙ୍କର ଶିବସେନା ସହ କୌଣସି ରାଜନୈତିକ ସମ୍ପର୍କ ବା ଅନ୍ୟ କୌଣସି ସମ୍ପର୍କ ନାହିଁ । ଆରମ୍ଭରୁ ହିଁ ଏହି ମାମଲାରେ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ଏବେ ଯଦି ସିବିଆଇ ଯାଞ୍ଚ ଉପରେ ଭରସା କରା ନ ଯାଏ ତେବେ ଆମେ ନିରୁପାୟ ବୋଲି ସଞ୍ଜୟ କହିଛନ୍ତି ।

Share