ବିଦେଶ ଯିବାକୁ ରିଆଙ୍କୁ ମିଳିଲା ଅନୁମତି

ମୁମ୍ବାଇ,୧ ।୬: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କୁ ସମାନ୍ୟ ଆଶ୍ୱସ୍ତି ମିଳିଛି । ମୁମ୍ବାଇ କୋର୍ଟ ତାଙ୍କ ସର୍ତ୍ତମୂଳକ ଭାବେ ବିଦେଶ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଅଭିନେତ୍ରୀ ପ୍ରତିଦିନ ଆବୁଧାବିର ଇଣ୍ଡିଆନ ଆମ୍ବେସି ଯାଇ ହାଜିରା ଦେବାକୁ ପଡିବ ଆଉ ଏହି ହାଜିରା ସିଟ୍‌କୁ ଜୁନ ୬ରେ କୋର୍ଟରେ ଦାଖଲ କରିବାକୁ ପଡିବ । ଏହାସହ ଆଡିଶନାଲ ସିକ୍ୟୁରିଟି ଭାବେ କୋର୍ଟର ରେଜିଷ୍ଟରରେ ୧ ଲକ୍ଷ ଟଙ୍କା ଜମା ଦେବାକୁ ପଡିବ ।

ସୂଚନାଯୋଗ୍ୟ, ରିଆଙ୍କୁ ଏନସିବି ଡ୍ରଗ୍ସ ମାମଲାରେ ଗିରଫ କରିଥିଲା, ତେଣୁ ତାଙ୍କୁ ତାଙ୍କ ପାସପୋର୍ଟ ଜମା କରିବାକୁ ପଡିଥିଲା । ରିଆଙ୍କ ଓକିଲ କୋର୍ଟରେ ଅର୍ଜି ଦେଇଥିଲେ କି ରିଆ ଚକ୍ରବର୍ତ୍ତି ଆଇଆଇଏଫଏର ଆୱାର୍ଡ ପାଇଁ ୨ ଜୁନରୁ ୮ ଜୁନ ପର୍ଯ୍ୟନ୍ତ ଆବୁଧାବି ଯିବାର ଅଛି । ସେଥିପାଇଁ ତାଙ୍କୁ ତାଙ୍କ ପାସପୋର୍ଟ ଦିଆଯାଉ ।

Share