ଭୋର୍‌ ୩ଟା ୩୦ରେ ହୋଇଥିଲା ସୁଶାନ୍ତ ସିଂଙ୍କ ମୃତ୍ୟୁ !

ମୁମ୍ବାଇ, ୧୯।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ଏକମାସରୁ ଅଧିକ ଦିନ ବିତିଛି। ବର୍ତ୍ତମାନ ସୁଦ୍ଧା ବହୁ ଲୋକଙ୍କୁ ପୋଲିସ ପକ୍ଷରୁ ଜେରା ମଧ୍ୟ କରାଯାଇଛି। ତେବେ ବି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି। ଏବେ ସୁଶାନ୍ତଙ୍କ ପିଲାଦିନ ବନ୍ଧୁଙ୍କ ମନ୍ତବ୍ୟ ନେଇ ଆଲୋଚନା ଆରମ୍ଭ ହୋଇଛି। ସୁଶାନ୍ତଙ୍କ ବନ୍ଧୁ ବିଶାଳ ସିଂ କହିଛନ୍ତି ଯେ, ପ୍ରକୃତରେ ମୃତ୍ୟୁ ଭୋର୍‌ ୩ଟା ୩୦ରେ ହୋଇଥିଲା। ପରେ ମଧ୍ୟାହ୍ନ ୧୨ଟାରେ ପୋଲିସ ଷ୍ଟେଶନକୁ ଖବର ଦିଆଯାଇଥିଲା। ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ସୁଶାନ୍ତଙ୍କ ମୃତ୍ୟୁ ଭୋର୍‌ ସମୟରେ ହୋଇଥିବା ତେବେ ଘରେ କାମ କରୁଥିବା ସର୍ଭେଣ୍ଟ୍‌ ଦିପେଶ୍‌ ସକାଳେ ଜୁସ୍‌ କାହାକୁ ଦେଇଥିଲେ। ସେ ପୋଲିସକୁ ଦେଇଥିବା ସୂଚନା କେତେ ଦୂରସତ୍ୟ। ଦିପେଶ୍‌ ଏଭଳି କହିବା ପଛରେ କକହାର ହାତ ଅଛି ବୋଲି ବିଶାଳ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ସର୍ଭେଣ୍ଟ୍‌ ଦିପେଶ୍‌ଙ୍କ ପାଖରେ ଥିବା ୨୨ ଲକ୍ଷ ଟଙ୍କା କେଉଁଠୁ ଆସିଲା ସେ ନେଇ ବିଶାଳ ମଧ୍ୟ ପ୍ରଶ୍ନ କରିଛନ୍ତି। ପୋଲିସ ଦିପେଶ୍‌ଙ୍କୁ ଟଙ୍କା ସହିତ ଧରିଥିଲେ ମଧ୍ୟ କାହିଁକି ଏହା ବହାରେ ପ୍ରକାଶ କରାଯାଉ ନାହିଁ ତାହା ବିଶାଳ ପ୍ରଶ୍ନ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ବିଶାଳ ଦାବି କରିଛନ୍ତି। ପୋଲିସ ତଦନ୍ତରେ ଅଣ୍ଡରଓ୍ବାଲ୍ଡ ପକ୍ଷରୁ ଚାପ ପଡୁଥିବା ସେ କହିଛନ୍ତି।

Share