ଜାଣନ୍ତୁ ପିତାଙ୍କଠାରୁ ଏହି କଥା ଶିଖିଥିଲେ ସୁଶାନ୍ତ, ଯାହା ଶୁଣି ତାଳି ମାରିଥିଲେ ପ୍ରଶଂସକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ ଜୁନ୍‌ ୧୪ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ୧୩ ଦିନ ବିତିଗଲାଣି ତଥାପି ପ୍ରଶଂସକମାନେ ଏହି ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। କିଛି ପ୍ରଶଂସକ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡ଼ିତ ଫଟୋ, ଭିଡିଓ ଶେୟାର କରିଚାଲିଛନ୍ତି। ଏବେ ସୁଶାନ୍ତଙ୍କ ଏକ ଥ୍ରୋ ବ୍ୟାକ୍‌ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ତାଙ୍କ ପିତାଙ୍କଠାରୁ ପାଇଥିବା ଶିକ୍ଷା ବିଷୟରେ କଥାବାର୍ତ୍ତା କରୁଥିବା ନଜର ଆସିଛି।
ଏହି ଭିଡିଓଟି ୨୦୧୮ର। ସାରା ଅଲ୍ଲୀ ଖାନ୍‌ ଏବଂ ସୁଶାନ୍ତ ସେମାନଙ୍କ ଫିଲ୍ମ ‘କେଦାରନାଥ’ ପ୍ରମୋଶନ ସମୟରେ ଏକ ରିଆଲିଟି ଶୋ’ରେ ପହଞ୍ଚିଥିଲେ। ଏହି ଶୋ’ରେ ସୁଶାନ୍ତ ତାଙ୍କ ପିତାଙ୍କଠାରୁ କ’ଣ ଶିଖିଛନ୍ତି ବୋଲି ପଚରା ଯାଇଥଲା। ସୁଶାନ୍ତ କହିଥିଲେ, ମୁଁ ମୋ ପିତାଙ୍କଠାରୁ ବହୁତ ଭଲ କଥା ଶିଖିଛି। ଯାହା ତୁରନ୍ତ ମୋ’ ମନକୁ ଆସେ, ଯଦିଓ ମୁଁ ଏହାକୁ ଖୁବ୍‌ କମ ଶବ୍ଦରେ ବର୍ଣ୍ଣନା କରିବାକୁ ଚାହେଁ। ମୁଁ ମୋ’ ମା ଠାରୁ ବହୁତ କିଛି ଶିଖିଛି କିନ୍ତୁ ପିତାଙ୍କଠାରୁ ବହୁତ କିଛି ଶିଖିଛି। ସୁଶାନ୍ତଙ୍କ ଏହି ଉତ୍ତର ଶୁଣି ସେଠାରେ ଉପସ୍ଥିତ ପ୍ରଶଂସକମାନେ ତାଳି ମାରିଥିଲେ।

Share