ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମିଳିଲା ଏହି ବଡ଼ ସଫଳତା, ଜାଣନ୍ତୁ…

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବହୁ ପ୍ରତିକ୍ଷିତ ମୋଡ ଆସିଛି। ଦୀର୍ଘ ଦିନ ଧରି ମାମଲାର ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି ହୋଇ ଆସୁଥିଲା। ଶେଷରେ ତାହା ହିଁ ହୋଇଛି। ବିହାର ସରକାର ଏଥିନେଇ ସୁପାରିସ କରିଥିବା ବେଳେ କେନ୍ଦ୍ର ସରକାର ଏହାକୁ ମଞ୍ଜୁର କରିଛନ୍ତି।

ଜୁନ ୧୪ ତାରିଖରେ ସନ୍ଦେହଜନକ ଭାବେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ସେ ଆତ୍ମହତ୍ୟା କରିଥିବା ନେଇ କୁହାଯାଇଥିଲା। ହେଲେ ପରିବାରଲୋକେ ଏହାକୁ ଗ୍ରହଣ କରିପାରି ନ ଥିଲେ। ମୃତ୍ୟୁର ଏକ ମାସ ପରେ ନିକଟରେ ସୁଶାନ୍ତଙ୍କ ବାପା ପାଟଣା ଥାନାରେ ପ୍ରେମିକା ରିୟାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବିହାର ପୋଲିସ ମାମଲା ରୁଜୁ କରିବା ପରେ ବମ୍ବେ ଆସି ତଦନ୍ତ କରିଥିଲା। ହେଲେ ବମ୍ବେ ପୋଲିସ ଏହାକୁ ଏକରକମ ବିରୋଧ କରିଥିଲା। ଏହାକୁ ନେଇ ମୃତ୍ୟୁର ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି ଉଠିଥିଲା। ସୁଶାନ୍ତଙ୍କ ବାପା ମଧ୍ୟ ବମ୍ବେ ପୋଲିସର ଯାଞ୍ଚ ଉପରେ ସନ୍ଦେହ ସୃଷ୍ଟି ହେଉଥିବା କହିଥିଲେ। ମଙ୍ଗଳବାର ବିହାର ସରକାର ଏନେଇ ସୁପାରିସ କରିଥିଲେ। ବୁଧବାର ଉକ୍ତ ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିନେଇଛନ୍ତି।

Share