ସୁପ୍ରମିକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ପରିବାର

ମୁମ୍ବାଇ,୧୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବୁଧବାର ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟର ଏହି ନିଷ୍ପତ୍ତିକୁ ସାରା ଦେଶ ସ୍ବାଗତ ଜଣାଇଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି। କୋର୍ଟର ନିଷ୍ପତ୍ତି ପରେ ସୁଶାନ୍ତଙ୍କ ପରିବାର ଖୁସି ହେବା ସହ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଲିଖିତ ଆକାରରେ ମୁଖ୍ୟମନ୍ତ୍ରୀ, ମିଡିଆ ଓ ତାଙ୍କ ଶୁଭଚିନ୍ତକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୁପ୍ରିମକୋର୍ଟର ଏଭଳି ନିଷ୍ପତ୍ତି ପରେ ଦେଶର ନ୍ୟାୟିକ ପ୍ରକ୍ରିୟା ଉପରେ ତାଙ୍କର ଆହୁରି ବିଶ୍ୱାସ ବଢ଼ିଯାଇଛି। ଦୋଷୀଙ୍କୁ ଏବେ ନିଶ୍ଚୟ ଦଣ୍ଡ ମିଳିବ ବୋଲି ସୁଶାନ୍ତଙ୍କ ପରିବାର କହିଛନ୍ତି।

Share