ମୁମ୍ବାଇ ଯିବ ସିବିଆଇର ଏସ୍‌ଆଇଟି ଟିମ୍‌

ମୁମ୍ବାଇ,୨୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ। ବୁଧବାର ସୁପ୍ରିମକୋର୍ଟ ଏନେଇ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଗୁରୁବାର ମୁମ୍ବାଇ ପୋଲିସଠାରୁ ସିବିଆଇ ତଦନ୍ତଭାର ଗ୍ରହଣ କରିବ। ଏଥିପାଇଁ ସିବିଆଇର ଏସ୍‌ଆଇଟି ଟିମ୍‌ ମୁମ୍ବାଇ ଅଭିମୂଖେ ବାହାରିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ପହଞ୍ଚିବ ବୋଲି ସୂଚନା ରହିଛି। ତେବେ ସିବିଆଇର ଏସିଆଇଟି ଟିମ୍‌ ସହ ସମନ୍ବୟ ରକ୍ଷା କରିବା ପାଇଁ ମୁମ୍ବାଇ ପୋଲିସ ଡିସିପି ର଼୍ୟାଙ୍କର ଅଧିକାରୀଙ୍କୁ ନିଯୁକ୍ତ କରିଛି। ଏସ୍‌ଆଇଟି ଟିମ୍‌ ୭ ଦିନ ଯାଏ ସେଠାରେ ରହି ଯାଞ୍ଚ କରିବା ପରେ ପୁଣି ଏଠାକୁ ଅନ୍ୟ ଟିମ୍‌ ଆସିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। କୁହାଯାଉଛି ସବିଆଇ ସୁଶାନ୍ତଙ୍କ ଘରକୁ ଯାଇ ପୁଣିଥରେ କ୍ରାଇମ୍‌ ସିନ୍‌କୁ ରିକ୍ରିଏଟ୍‌ କରିବ। ଏହି ସମୟରେ ଫରେନ୍‌ସିକ୍‌ ଟିମ୍‌ ମଧ୍ୟ ଉପସ୍ଥିତ ରହିବେ। ଏଥିସହ ସୁଶାନ୍ତଙ୍କ ସହ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଜେରା କରିବ ସିବିଆଇ। ପ୍ରଥମେ ରିୟା ଚକ୍ରବର୍ତ୍ତି ଓ ତାଙ୍କ ପରିବାର ଏହି ଜେରାର ସମ୍ମୁଖ ହୋଇପାରନ୍ତି ବୋଲି ଜଣାପଡ଼ିଛି।

Share