ବିଜେଡିରେ ମିଶିଲେ ବିଏମ୍‌ସି ଓ୍ବାର୍ଡ ୯ର ସ୍ବାଧୀନ ପ୍ରାର୍ଥୀ

ଭୁବନେଶ୍ୱର,୬।୪(ବ୍ୟୁରୋ): ବିଏମ୍‌ସି ଓ୍ବାର୍ଡ ୯ର ସ୍ବାଧୀନ ପ୍ରାର୍ଥୀ ସୁଷମା ସାହୁ ବୁଧବାର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଚଳିତ ଥର ବିଏମ୍‌ସି ନିର୍ବାଚନରେ ବିଜେଡ଼ି ପ୍ରାର୍ଥିନୀ ସୂର୍ଯ୍ୟକାନ୍ତି ଜେନାଙ୍କୁ ହରାଇ ଥିଲେ ସୁଷମା । ଏହି ଅବସରରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ ।