Posted inଖେଳ

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ସେ ମଇଦାନରେ ଅଧିନାୟକ ଦାୟିତ୍ୱ ତୁଲାଇବାର ମଜା ନେଇଛନ୍ତି । ଏହାଛଡ଼ା ଅନେକ ବର୍ଷ ଧରି ଭିନ୍ନ ଭିନ୍ନ ଅଧିନାୟକଙ୍କ ନେତୃତ୍ୱରେ ଖେଳି ବହୁତ କିଛି ଶିଖିଥିବା ସେ କହିଛନ୍ତି।

ଭାରତୀୟ ଟିମ୍‌ ବିଶ୍ୱ ଚାମ୍ପିୟନ ହେବା ପରେ ରୋହିତ ଶର୍ମା ଟି୨୦ ଫର୍ମାଟରୁ ସନ୍ନ୍ୟାସ ନେଇଥିଲେ। ଏହାପରେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରାଯାଇଥିଲା। ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଅଧିକ ପ୍ରାଥମିକତା ଦିଆଯାଇଥିଲା, ଯାହାଙ୍କୁ ପ୍ରଥମ ଟି୨୦ ଟିମ୍‌ର ଅଧିନାୟକ ହେବାର ଦାବିଦାର କୁହାଯାଉଥିଲା।

ବିସିସିଆଇ ଟିଭିକୁ ସୂର୍ଯ୍ୟକୁମାର କହିଛନ୍ତି, ଅଧିନାୟକ ନ ଥିଲେ ବି ମୁଁ ସର୍ବଦା ମଇଦାନରେ ନେତୃତ୍ୱ ନେଉଥିବା ଲୋକଙ୍କଠାରୁ ବହୁତ କିଛି ଶିଖିଛି। ଏହା ଭଲ ଅନୁଭବ ଏବଂ ବଡ଼ ଦାୟିତ୍ୱ । ଏହାଛଡ଼ା କୋଚ୍‌ ଗମ୍ଭୀରଙ୍କ ସହ ସମ୍ପର୍କକୁ ନେଇ ସେ କହିଛନ୍ତି ଯେ, ଏହା ବେଶ ଖାସ୍‌ କାରଣ ମୁଁ ୨୦୧୪ରେ କେକେଆର୍‌ ପକ୍ଷରୁ ତାଙ୍କ ନେତୃତ୍ୱରେ ଖେଳିସାରିଛି। ସେବେ ମୋତେ ସୁଯୋଗ ମିଳିଥିବାରୁ ଆମର ସମ୍ପର୍କ ଏବେ ବି ମଜଭୂତ ଅଛି। ସେ ମୋତେ ଭଲ ଭାବେ ବୁଝନ୍ତି। ମୁଁ କିଭଳି କାମ କରେ, ଅଭ୍ୟାସ ସମୟରେ ମୋର ମାନସିକତା କ’ଣ ସବୁକିଛି ସେ ଜାଣିନିଅନ୍ତି। ତାଙ୍କ ପରାମର୍ଶରେ ଦଳର ନେତୃତ୍ୱ ନେବାର ଅନୁଭବ ପାଇଁ ମୁଁ ଉତ୍ସାହିତ ରହିଛି ବୋଲି ସୂର୍ଯ୍ୟକୁମାର କହିଛନ୍ତି।

ଏହାଛଡ଼ା କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ ବୋଲି ସୂର୍ଯ୍ୟକୁମାର କହିଛନ୍ତି। ଏଣୁ ବିନମ୍ରତା ଶିଖିବା ଉଚିତ। ଆପଣ କିଛି ବି ହାସଲ କରନ୍ତୁ , ଭଲ ପ୍ରଦର୍ଶନ କରନ୍ତୁ, ବିନମ୍ରତା ଶିଖିବାକୁ ହେବ। ମଇଦାନରେ ଯାହା ବି କର ସେଠାରେ ଛାଡ଼ି ଆସିବା ଉଚିତ। ଏହା କ୍ରିକେଟରର ଜୀବନ ନୁହେଁ, କେବଳ ଏକ ଅଂଶ। ଜୀବନରେ ସନ୍ତୁଳନ ରଖିବା ଜରୁରୀ। ଯଦି ଆପଣ ଜଣେ ଭଲ ମଣିଷ, ତେବେ ସବୁକିଛି ଭଲ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri