Categories: ଖେଳ

ବର୍ଷେ ପୂର୍ବରୁ କଥା ଭିନ୍ନ ଥିଲା; ଏବେ ଟି-୨୦ ବିଶ୍ୱକପ୍‌ରେ ଭାରତ ପାଇଁ ଖେଳିବେ…

ନୂଆଦିଲ୍ଲୀ,୯।୯: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିଲାଗି ୧୫ ଜଣିଆ ସଦସ୍ୟ ଟିମ୍‌ରେ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ସ୍ଥାନ ପାଇଛନ୍ତି। ଏକ ବର୍ଷ ପୂର୍ବେ ସୂର୍ଯ୍ୟକୁମାରଙ୍କୁ ଭାରତୀୟ ଟିମ୍‌ରେ କେହି ଜାଣି ନ ଥିଲେ, କିନ୍ତୁ ଏହି ଧୁରନ୍ଧର ନିଜର ଚମତ୍କାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ଚକିତ କରିଥିଲେ।

ଚଳିତ ବର୍ଷ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସହ ଟି-୨୦ ସିରିଜରେ ସେ ଧମାଲ କରିଥିଲେ। ଏଯାବତ ସେ ତିନୋଟି ଦିନିକିଆରେ ୧୨୪ ରନ୍‌ କରିଥିବା ବେଳେ ଟି-୨୦ରେ ୧୩୯ ରeନ୍‌ କରିଛନ୍ତି। ବିଶେଷକରି ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି।

Share