Categories: ଖେଳ

ଧୈର୍ଯ୍ୟ ଧର, ସୁଯୋଗ ମିଳିବ

ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବ ୟୁଏଇରେ ଅନୁଷ୍ଠିତ ୧୩ତମ ଆଇପିଏଲ ସଂସ୍କରଣରେ ଭଲ ପ୍ରଦର୍ଶନ କରିଛନ୍ତି। ଏହା ସତ୍ତ୍ୱେ ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ଏନେଇ ଅନେକ ପୂର୍ବତନ କ୍ରିକେଟର୍‌ ପ୍ରଶ୍ନ ଉଠାଇଛନ୍ତି। ନିକଟରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ସୂର୍ଯ୍ୟକୁମାରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ସେ ଜଣେ ଭଲ ଖେଳାଳି। ସେ କହିଛନ୍ତି ଯେ ଖୁବଶୀଘ୍ର ସୂର୍ଯ୍ୟକୁମାର ଯାଦବଙ୍କ ଗତ ଦୁଇ-ତିନି ବର୍ଷ ମଧ୍ୟରେ ପାଇଁ ଏକ ଭଲ ସମୟ ଆସିବ। ସେ ଧୈର୍ଯ୍ୟ ଧରନ୍ତୁ,ନିଶ୍ଚିତ ସୁଯୋଗ ମିଳିବ। ସୂଚନାଯୋଗ୍ୟ, ସୂର୍ଯ୍ୟକୁମାର ୨୦୧୮ ର ଆଇପିଏଲର ୧୪ ଟି ମ୍ୟାଚ ରେ ୫୧୨ ରନ ସଂଗ୍ରହ କରିଥିଲେ। ତାଙ୍କର ଷ୍ଟ୍ରାଇକ ହାର ୧୩୩ରୁ ଅଧିକ ଥିଲା। ଗତ ସିଜନରେ ସେ ୧୬ଟି ମ୍ୟାଚରେ ୪୨୪ ରନ ସଂଗ୍ରହ କରିଥିଲେ। ଚଳିତ ସିଜନରେ ମଧ୍ୟ ସେ ହାରାହାରି ୪୧ରେ ୪୧୦ ରନ ସଂଗ୍ରହ କରିଛନ୍ତି।

Share