Posted inଖେଳ

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ସୂର୍ଯ୍ୟକୁମାର

ମୁମ୍ବାଇ,୯।୫: ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆହତ ସମସ୍ୟା ଯୋଗୁ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ଗତ ୬ ତାରିଖରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବାମହାତ ମାଂସପେଶୀରେ ଆଘାତ ଲାଗିଥିଲା। ତାଙ୍କ ବଦଳରେ ଫ୍ରାଞ୍ଚାଇଜ୍‌ ପକ୍ଷରୁ କୌଣସି ଖେଳାଳିଙ୍କ ନାମ ଘୋଷଣା କରାଯାଇନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ପଏଣ୍ଟ ଟେବୁଲର ସର୍ବନିମ୍ନରେ ରହିଛି। କିନ୍ତୁ ସୂର୍ଯ୍ୟକୁମାର ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ। ସେ ୮ ମ୍ୟାଚ୍‌ରେ ୪୩.୨୯ ହାରରେ ୩୦୩ ରନ୍‌ କରିଥିଲେ। ଏଥିରେ ୩ ଅର୍ଦ୍ଧଶତକ ସାମିଲ ଥିଲା। ସେ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଦ୍ୱିତୀୟ ସର୍ବାଧିକ ରନ୍‌ ସ୍କୋରର ଥିଲେ। ଅନ୍ୟ ଏକ ହାତ ସମସ୍ୟା କାରଣରୁ ସେ ମୁମ୍ବାଇ ପାଇଁ ପ୍ରଥମ ଦୁଇ ମ୍ୟାଚ୍‌ରେ ଖେଳି ନ ଥିଲେ।
”ସୂର୍ଯ୍ୟକୁମାରଙ୍କ ବାମହାତ ମାଂସପେଶୀ ଟାଣି ହୋଇଯାଇଛି। ଏଥିଯୋଗୁ ସେ ଚଳିତ ଆଇପିଏଲ୍‌ର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି“ ବୋଲି ଫ୍ରାଞ୍ଚାଇଜ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଅଷ୍ଟମ ବେତନ କମିଶନ: ଏହି କର୍ମଚାରୀଙ୍କୁ ମିଳିପାରେ ୩ ରୁ ୯ ଲକ୍ଷ ଟଙ୍କାର ବକେୟା

ନୂଆଦିଲ୍ଲୀ,୧୦।୨: ଆଗକୁ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ। ଏହା ପିଛିଲା ଭାବେ ଲାଗୁ ହେବାକୁ ଥିବାରୁ କର୍ମଚାରୀମାନଙ୍କୁ ବକେୟା ଦରମା ମଧ୍ୟ ମିଳିବ। ଫଳରେ…

କେବେହେଲେ ନିର୍ମାଣ ହେବ ନାହିଁ ବାବ୍ରି ମସଜିଦ୍, ଗର୍ଜିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ନୂଆଦିଲ୍ଲୀ,୧୦।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସାଧାରଣ ସଭାରେ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କେବେହେଲେ ବାବ୍ରି ସଂରଚନା ପୁନଃନିର୍ମାଣ ହେବାର ପ୍ରଶ୍ନ ଉଠୁନାହିଁ ବୋଲି…

ଭାରତ ସହିତ ଖେଳିବାକୁ ପାକିସ୍ତାନ ରାଜି ହେବା ପରେ ରାତାରାତି ଦ୍ୱିଗୁଣିତ ହୋଇଗଲା ଫ୍ଲାଇଟ୍‌ ଟିକେଟ୍‌ ଦାମ୍‌

ନୂଆଦିଲ୍ଲୀ,୧୦।୨: ICC ସହିତ ଏକ ବୈଠକ ପରେ, ପାକିସ୍ତାନ କ୍ରିକେଟ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି ହୋଇଛି। ମ୍ୟାଚ ୧୫ ଫେବୃଆରୀରେ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆୟୁଷ ଡାକ୍ତରଙ୍କ ବଢ଼ିଲା ଦରମା, ଏକାଥରକେ ବଢିଗଲା ଏତେ…

ଭୁବନେଶ୍ୱର,୧୦।୨: NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri